ଡ୍ରେନେଜ ବ୍ୟବସ୍ଥା ଅଚଳଯୋଗୁଁ ବର୍ଷାରେ ଘରେପାଣି ପଶିଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନୁ୍ୟଜ୍) କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଗୈାପ ଗ୍ରାମର ତୁଳସୀ ମହିଳା ମହାବିଦ୍ୟାଳୟ ସମ୍ମୁଖସ୍ଥ ନବ ନିର୍ମିତ ଶିଶୁ ପାର୍କ ନିକଟରେ ଥିବା ଗୃହ ଗୁଡିକରେ ବର୍ଷାଦିନେ ଜଳ ନିଷ୍କାସିତ ହୋଇନପାରି ଲୋକମାନଙ୍କ ଘର ଭିତରେ ପଶି ଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏହାଦ୍ୱାରା ସେହିସବୁ ଘର ଗୁଡିକରେ ଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନବ ନିର୍ମିତ ଶିଶୁ ପାର୍କ ପ୍ଲଟ ଦେଇ ପୂର୍ବରୁ ଉଦବୃତ ଜଳ ନିଷ୍କାଶିତ ହେଉଥିବା ବେଳେ ଏବେ ସେହି ପ୍ଲଟର ଚର୍ତୁପାଶ୍ୱର୍ରେ ପାଚେରୀ ନିର୍ମାଣ କରାଯାଇ ଜଳପଥକୁ ଅବରୋଧ କରିଦିଆଯାଇଛି । ଏହା ଫଳରେ ଲୋକମାନଙ୍କ ଘରେ ବର୍ଷା ସମୟରେ ଦୀର୍ଘ ୨୪ଘଂଟାରୁ ଉଦ୍ଧ୍ୱର୍ ସମୟ ଧରି ଉଦବୃତ ଜଳ ପଶି ରହୁଥିବାରୁ ସେମାନଙ୍କ ଜୀବନଜୀବିକା ବ୍ୟାହତ ହେଉଛି । ଏ ସମ୍ପର୍କରେ ଗ୍ରାମବାସୀମାନେ ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଓ ପୈାର ପ୍ରଶାସକ ତଥା ଉପଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇ ନିରାଶ ହେବା ପରେ ବାଧ୍ୟହୋଇ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ କୃତିବାସ ସ୍ୱାଇଁ,ରମେଶ ଚନ୍ଦ୍ର ସ୍ୱାଇଁ,ସୁରେଶ କୁମାର ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପୈାରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।