ଡ୍ରେନ୍ ନିର୍ମାଣ ପୂର୍ବରୁ ରାସ୍ତା ନିର୍ମାଣକୁ ବିରୋଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା କାଶୀନଗର ସହରର ଫରେଷ୍ଟ ଜଂକ୍‌ସନ୍ ଦେଇ ଗୁଣୁପୁର-ପାରଳାଖେମୁଣ୍ଡି ରାସ୍ତା ଯାଇଛି । ସ୍ଥାନୀୟ ଷ୍ଟେଟବ୍ୟାଙ୍କ ଛକ ଠାରୁ ତହସିଲ ଅଫିସ୍‌ଯାଏଁ ଉକ୍ତ ରାସ୍ତାର ଅଂଶକୁ ବର୍ତ୍ତମାନ ବିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ପୁନଃ ନିର୍ମାଣ କାରଯାଉଥିବା ବେଳେ ରାସ୍ତାର ଦୁଇ ପାଶ୍ୱର୍ରେ ଡ୍ରେନ୍ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଫଳରେ ରାସ୍ତାର ଉଭୟ ପାଶ୍ୱର୍କୁ ଲାଗି ରହିଥିବା ଘର ଗୁଡିକରୁ ଆସୁଥିବା ପାଣି ଚଳାଚଳ କ୍ଷେତ୍ରରେ ବାଧା ସୃଷ୍ଟି କରୁଛି । ଭେଙ୍କଟେଶ୍ୱର ମନ୍ଦିରକୁ ଯାଉଥିବା ଭକ୍ତ, ଜଗନ୍ନାଥ ଘରୋଇ କଲେଜ୍‌ରେ ପଢୁଥିବା ଛାତ୍ରଛାତ୍ରୀ, ଜନସାଧାରଣ ସମସ୍ତେ ଦୂଷିତ ଓ ମଇଳା ପାଣି ଉପରେ ବାଧ୍ୟ ହୋଇ ଚାଲି ଯାଉଛନ୍ତି । ତେଣୁ ପ୍ରଥମେ ଡ୍ରେନ୍ ନିର୍ମାଣ ଓ ପରେ ରାସ୍ତା ନିର୍ମାଣ କରିବାକୁ ୱାଇ. ଧନଞ୍ଜୟଙ୍କ ନେତୃତ୍ୱରେ କେତେକ ବ୍ୟକ୍ତି ପାରଳାଖେମୁଣ୍ଡି ଯାଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବୀପତ୍ର ଦେଇଛନ୍ତି । ଦାବୀପତ୍ରର ନକଲ ସେମାନେ ସ୍ଥାନୀୟ ତହସିଲଦାର, ଏନ୍‌ଏସି ଇଓ ଓ ଆଇଆଇସିଙ୍କୁ ମଧ୍ୟ ଦେଇଥିବା ଜଣା ପଡିଛି । ଡ୍ରେନ୍ ନିର୍ମାଣ ନକରି ରାସ୍ତା କାମ କରାଗଲେ ତାର ବିରୋଧ କରାଯିବ ବୋଲି ଧନଞ୍ଜୟ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ