ଡ୍ରେନ ନିର୍ମାଣ କରି ବର୍ଷା ପାଣି ନିଷ୍କାସନ କଲେ କୁନିକୁନି ପିଲା

ନିମାପଡ଼ା, (ସନ୍ତୋଷ ଦାଶ):ପଞ୍ଚାୟତ ଅଧିକାରୀ, ଲୋକ ପ୍ରତିନିଧି ମାନେ ଯାହା କରି ପାରିଲେ ନାହିଁ ସେହି କାମ କୁ ୬/୭ ଜଣ କୁନି ପିଲା କରି ଦେଖିଦେଲେ। ଯାହା ଏବେ ସମଗ୍ର ନୟାହାଟ ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ରୁ ପ୍ରକାଶ ଯେ, ଗୋପ ବ୍ଲକଦେସ୍ଥଳୀ ପଞ୍ଚାୟତ ବାଲିଦଣ୍ଡା ଗ୍ରାମର ତ୍ରିନାଥ ମନ୍ଦିର ପାଖରେ ବର୍ଷା ହେଲେ ପାଣି ଜମା ହୋଇ ରହୁଥିଲା।ଫଳରେ ଗ୍ରାମବାସୀ, ଛାତ୍ର ଛାତ୍ରୀ ମାନେ ଯାତାୟାତ ରେ ଘୋର ଅସୁବିଧା ର ସମ୍ମୁଖୀନ ହୋଇ ଆସୁଥିଲେ। ଗ୍ରାମବାସୀ ମାନେ ଏ ସଂପର୍କ ରେ ବାରମ୍ବାର ପଞ୍ଚାୟତ ରଲୋକ ପ୍ରତିନିଧି ଓ ଅଧିକାରୀ ଙ୍କୁ ଜଣାଇ ଆସୁଥିଲେ ମଧ୍ୟ କେହି ଏ ଦିଗରେ ଦୃଷ୍ଟି ଦେଇନଥିଲେ। ବର୍ଷା ପାଣି ରାସ୍ତା ଉପରେ ଜମା ହୋଇ ରହୁଥିଲା। ଫଳରେ କୁନି କୁନି ଛାତ୍ର ମାନେ ସ୍କୁଲ, ଟିଉସନ, ଖେଳିବାକୁ ଯିବା ସମୟରେ ଘୋର ଅସୁବିଧା ର ସମ୍ମୁଖୀନ ହୋଇ ଆସୁଥିଲେ। ଏହାର ପ୍ରତିକାର କରିବାକୁ ସବୁ କୁନି ପିଲା ସ୍ଥିର କରି ହାତରେ କୋଦାଳ ( ଫାଉଡା) ଝୁଡି ଧରି ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ଡ୍ରେନ ନିର୍ମାଣ କଲେ। ଏବେ ସେହି ଡ୍ରେନ ଦେଇ ବର୍ଷା ପାଣି ନିଷ୍କାସନ ହୋଇଯାଇଥିବାରୁ କୁନି କୁନି ପିଲା ମାନେ ଯେତିକି ଖୁସି ଗ୍ରାମବାସୀ ମାନେ ସେତିକି ଖୁସି ହୋଇଛନ୍ତି। କୁନି କୁନି ପିଲା ଙ୍କ ଏହି ମହତ କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରୁଛନ୍ତି। ଦଶମ ଶ୍ରେଣୀ ରେ ପାଠ ପଢୁଥିବା ବାଲିଦଣ୍ଡା ଗ୍ରାମ ର ବଳଭଦ୍ର ବେହେରା, ଚିକୁନ ବେହେରା, ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଲୁଡୁ କାଣ୍ଡି, ଷଷ୍ଠ ଶ୍ରେଣୀ ରେ ପାଠ ପଢୁଥିବା ଗଣେଶ ବେହେରା, ପଞ୍ଚମ ଶ୍ରେଣୀ ରେ ପାଠ ପଢୁଥିବା ଚିଣ୍ଟୁ ବେହେରା, ତୃତୀୟ ଶ୍ରେଣୀ ରେ ପାଠ ପଢୁଥିବା ସିପୁନ ବେହେରା ଓ ସାଇ ବେହେରା ପ୍ରମୁଖ ନିଜ ପାଇଁ ନିଜେ ଏହି ମହତ କାର୍ଯ୍ୟ କରିଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। କୁନି କୁନି ପିଲା ଙ୍କ ଏହି କାର୍ଯ୍ୟ ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଏମାନେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। କାହାରି ଉପରେ ନିର୍ଭର ନ କରି ନିଜ ସମସ୍ୟା କୁ ନିଜେ ସୁଧାରିବାକୁ ଚାହିଁଛନ୍ତି। ଯାହା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ