ଡ୍ରେନ ନିର୍ମାଣ ଦାବିରେ ପୁର୍ବତନ ଉପବାଚସ୍ପତିଙ୍କୁ ଘେରିଲେ 

ଗଂଜାମ, (ବିନୋଦ ପଲାଇ) :-ଦୁଇ ନମ୍ବର ୱାଡରେ ପରିତକ୍ତ ଅବସ୍ଥାରେ ରହିଥିବା ଡ୍ରେନର ନିର୍ମାଣ ଦାବିରେ ପୁର୍ବତନ ଉପବାଚସ୍ପତି ତଥା ରାଜ୍ୟକୃଷି ବିପଣନ ବୋର୍ଡ଼ର ଉପଦେଷ୍ଟା ରାମ ଚନ୍ଦ୍ରପଣ୍ଡା ଙ୍କୁ ଘେରିଥିଲେ ମଧ୍ୟଖଣ୍ଡ ସାହି ବାସିନ୍ଦା । ଭଣ୍ଡାରୀ ସାହି ଠାରୁ ମଧ୍ୟଖଣ୍ଡ ସାହି ପର୍ଯ୍ୟନ୍ତ ନିର୍ମାଣ ହେଇଥିବା ଡ୍ରେନଟିରେ ପାଣି ଯିବା ନିଷ୍କାସନ ସୁବିଧା ନଥିବା ଏବଂ ପରିତ୍ୟକ୍ତ ଅବସ୍ଥାରେ ଥିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଭଣ୍ଡାରୀ ସାହି ଡ୍ରେନ ଶେଷ ହୋଇଥିଲେ ମଧ୍ୟ ସେଠାରୁ ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ ବ୍ୟବସ୍ଥା ନଥିବାରୁ , ପାଣି ନିଷ୍କାସନ ହୋଇପାରୁ ନାହିଁ। ଯାହାଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଭିନ୍ନ ସମୟରେ ବିଭଗୀୟ ଅଧିକାରୀଙ୍କୁ କହିଲେ ମଧ୍ୟ କୌଣସି ପ୍ରତିକାର କରାଯାଉନଥିବା ଅଭିଯୋଗ କରିଥିଲେ ସାହିବାସିନ୍ଦା । ପରେ ପୂର୍ବତନ ଉପବାଚସ୍ପତି ପଣ୍ଡା ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦେକ୍ଷପ ନେବେ ବୋଲି କହିବା ପରେ ସାହି ବାସିନ୍ଦା ଶାନ୍ତ ପଡ଼ିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ