ଡ୍ରୋନ୍ ବ୍ୟବହାର ପାଇଁ ସଫ୍ଟଓୟାର ପ୍ଲାଟଫର୍ମ ‘ସ୍କାଏଡେକ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ଭାରତର ଏକ ଡ୍ରୋନ୍ ନିର୍ମାତା ଓ ସମାଧାନ ପ୍ରଦାନକାରୀ ତଥା ଜିଓ ପ୍ଲାଟଫର୍ମସ୍ ର ସହଯୋଗୀ (ସବସିଡିଆରି) ସଂସ୍ଥା ଆଷ୍ଟେରିଆ ଏରୋସ୍ପେସ୍ ପକ୍ଷରୁ ଏହାର ସମ୍ପୂର୍ଣ୍ଣ ଡ୍ରୋନ ପରିଚାଳନା ପ୍ଲାଟଫର୍ମ ସ୍କାଏଡେକ୍‌ର ଶୁଭାରମ୍ଭ କରାଯାଇଛି । ସ୍କାଏଡେକ୍ ହେଉଛି ଏକ କ୍ଲାଉଡ୍ ଭିତିକ ସଫ୍ଟୱେର୍ ପ୍ଲାଟଫର୍ମ ଯାହା କୃଷି, ସର୍ଭେ କାର୍ଯ୍ୟ, ଶିଳ୍ପ କ୍ଷେତ୍ରର ନିରୀକ୍ଷଣ ଏବଂ ନିରାପତା ଓ ନିରୀକ୍ଷଣ ଭଳି ବିବିଧ ଶିଳ୍ପ କ୍ଷେତ୍ର ଲାଗି ସେବା ଭାବରେ ଡ୍ରୋନ୍ ବ୍ୟବହାର (DaaS) ସମାଧାନ ପ୍ରଦାନ କରିବ । ଡ୍ରୋନ୍ ଫ୍ଲିଟ୍ ପରିଚାଳନା, ସିଡ୍ୟୁଲିଂ ଓ ଡ୍ରୋନ ଫ୍ଲାଇଟ୍‌କୁ କାର୍ଯ୍ୟକାରୀ କରିବା, ଡାଟା ପ୍ରୋସେସିଂ ଓ ଭିଜୁଆଲାଇଜେସନ ଏବଂ ଡ୍ରୋନ୍‌କୁ ବ୍ୟବହାର କରି ଆକାଶ ମାର୍ଗରୁ ସଂଗ୍ରହ କରାଯାଇଥିବା ତଥ୍ୟର ଏଆଇ ଭିତିକ ଅନୁଶୀଳନ ପାଇଁ ସ୍କାଏଡେକ୍ ଏକ ଏକୀକୃତ ଡ୍ୟାସବୋର୍ଡ ଓ ସେବା ପ୍ରଦାନ କରିବ । ସ୍କାଏଡେକ୍ ପରିଚାଳନା ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ସହିତ ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗିତାରେ ଉନ୍ନତି ଆଣିବା ଏବଂ ବିବିଧ ପ୍ରୟୋଗ ଲାଗି ଡ୍ରୋନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ଏକ ସୁରକ୍ଷିତ ଓ କେନ୍ଦ୍ରୀୟ ପରିଚାଳନା ସୁବିଧା ପ୍ରଦାନ କରିବ । ନିଲ୍ ମେହ୍‌ତା, ସହ ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ, ଆଷ୍ଟେରିଆ ଏରୋସ୍ପେସ୍ କହିଛନ୍ତି ଯେ, “ଡ୍ରୋନ ପରିଚାଳନା ଓ ସେବା ଭାବରେ ଡ୍ରୋନ୍ (ଡାସ୍‌)ର ପ୍ରସାର ଲାଗି ନିକଟରେ ସରକାର ନିୟମରେ କରିଥିବା ଉଦାରୀକରଣ ଶିଳ୍ପ କ୍ଷେତ୍ରଗୁଡ଼ିକରେ ଡ୍ରୋନ୍‌ର ଚାହିଦା ବଢ଼ାଇଛି । ଆଷ୍ଟେରିଆ ହେଉଛି ଭାରତର ଅନ୍ୟତମ ଅଗ୍ରଣୀ ଡ୍ରୋନ୍ ନିର୍ମାତା । ସ୍କାଏଡେକ୍‌କୁ ଉନ୍ମୋଚନ କରି ଆମେ ଏକ ସମନ୍ୱିତ ଡ୍ରୋନ୍ ହାର୍ଡଓୟାର, ସଫ୍‌ଟଓୟାର ଓ ପରିଚାଳନା ସମାଧାନ ଜରିଆରେ ବର୍ତମାନ ସମୟର ଆହ୍ୱାନର ମୁକାବିଲା କରିଛୁ । ଆକାଶ ମାର୍ଗରୁ ତଥ୍ୟ (ଏରିଅଲ୍ ଡାଟା) ପ୍ରସ୍ତୁତ କରିବା ଏବଂ ତାହାକୁ ବ୍ୟବସାୟ ଅନ୍ତଦୃଷ୍ଟି ପାଇଁ ଡିଜିଟାଲ୍ ଡାଟାରେ ରୂପାନ୍ତରିତ କରି ବ୍ୟାପକ ଭାବେ ଡ୍ରୋନ୍‌ର ପ୍ରାୟୋଗ କରିବା ଲାଗି ସ୍କାଏଡେକ୍ ଡ୍ରୋନ୍‌ର ବ୍ୟବହାରକୁ ସରଳ କରିଛି ।” କୃଷି କ୍ଷେତ୍ର ପାଇଁ ସ୍କାଏଡେକ୍ ଡାଟା ଓ ଅନ୍ତଦୃଷ୍ଟି ପ୍ରଦାନ କରୁଛି ଯାହାକୁ ଫସଲର ପ୍ରକାରଭେଦକୁ ସଠିକ୍ ଭାବେ ମାପିବା, ଫସଲ ସ୍ୱାସ୍ଥ୍ୟର ଅନୁଶୀଳନ କରିବା ଏବଂ କୃଷି ତଥ୍ୟରେ ଉନ୍ନତି ଆଣିବା ଲାଗି ବ୍ୟବହାର କରାଯାଇପାରିବ । ନିର୍ମାଣ ଓ ଖଣି ଶିଳ୍ପରେ, ସଠିକ୍ ସାଇଟ୍‌ ସର୍ଭେ ପ୍ରସ୍ତୁତ କରି ଅଗ୍ରଗତିର ନିରୀକ୍ଷଣ ଓ ସଠିକ୍ ସାମଗ୍ରୀ ପରିମାଣ (ଇନଭେନ୍ଟୋର)କୁ ବଜାୟ ରଖିବା ଲାଗି ସ୍କାଏଡେକ୍ ଡ୍ରୋନ୍ ଭିତ୍ତିକ ଆକାଶ ମାର୍ଗ ତଥ୍ୟ ବ୍ୟବହାର କରିବ । ତୈଳ ଓ ଗ୍ୟାସ, ଟେଲିକମ୍ ଏବଂ ବିଦ୍ୟୁତ୍ ଓ ୟୁଟିଲିଟି ଭଳି ଗୁରୁ‌ତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରରେ ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ, ବିପଦ ଚିହ୍ନଟ କରିବା ଏବଂ ପରିବର୍ତ୍ତନର ରେକର୍ଡିଂ କରିବା ଲାଗି ସଂପତିର ଡିଜିଟାଲ୍‌କରଣ ଓ ଯାଂଚ ପାଇଁ ସ୍କାଏଡେକ୍ ଡ୍ରୋନ୍‌ର ଶକ୍ତିକୁ ବ୍ୟବହାର କରୁଛି । ସ୍ୱାମିତ୍ୱ ସ୍କିମ, ସ୍ମାର୍ଟ ସିଟିଜ୍‌, ଏଗ୍ରିଷ୍ଟାକ୍ ଓ ଅନ୍ୟାନ୍ୟ ସରକାରୀ ବିକାକଶମୂଳକ ପ୍ରକଳ୍ପ ଭଳି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଅଭିଯାନରେ ଡ୍ରୋନ୍‌ର ଫ୍ଲିଟ୍‌କୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ମଧ୍ୟ ସ୍କାଏଡେକ୍ ସହାୟକ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ