ଡ୍ୟାନ୍ସ କୁଇନ୍‌ ନୋରାଙ୍କ ଫିଟ୍‌ନେସ୍‌ ସିକ୍ରେଟ୍‌

ବଲିଉଡ୍‌ରେ ଅଭିନୟ ସହିତ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତ୍ରୀଙ୍କ ବ୍ୟତୀତ ଆହୁରି ଅନେକ ଝିଅ ଅଛନ୍ତି, ଯିଏ ନିଜ ଉତ୍କୃଷ୍ଟ ଡ୍ୟାନ୍ସ ଜରିଆରେ ଏହି କ୍ଷେତ୍ରରେ ନିଜର ଏକ ଖାସ୍‌ ପରିଚୟ ହାସଲ କରିଛନ୍ତି। ଏଠାରେ ବଲିଉଡ୍‌ରେ ନିଜ ଡ୍ୟାନ୍ସ ପାଇଁ ଭିନ୍ନ ଏକ ପରିଚୟ ସୃଷ୍ଟି କରିଥିବା ନୋରା ଫତେହୀଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି। ନୋରାଙ୍କ ଜନ୍ମ ଭାରତରେ ନୁହେଁ, ବରଂ କାନାଡ଼ାରେ ହୋଇଥିଲା। କାନାଡ଼ାର ଡ୍ୟାନ୍ସର ନୋରା ଆଜିକାଲି ନିଜ ୟୁନିକ୍‌ ଡ୍ୟାନ୍ସ ଷ୍ଟେପ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନୋରା ବିଗ୍‌ବସ୍‌ ସିଜନ୍‌ ୯ରେ ମଧ୍ୟ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିସାରିଛନ୍ତି। ନୋରାଙ୍କ ପିଲାଦିନୁ ବଲିଉଡ୍‌ରେ ଅଭିନୟ କରିବା ଲାଗି ସଉକ ଥିଲା। କିନ୍ତୁ ନୋରାଙ୍କ ଫିଟ୍‌ ଶରୀରକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ତାଙ୍କ ଈର୍ଷାଳୁଙ୍କ ସଂଖ୍ୟା ମଧ୍ୟ କମ୍‌ ନାହିଁ। ଏ ସମ୍ପର୍କରେ ନୋରା ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ପିଠି ପଛରେ କିଏ କ’ଣ କହୁଛି, ତାହା ତାଙ୍କୁ ଜଣାନାହିଁ। କିନ୍ତୁ ପୁଅ ଅପେକ୍ଷା ତାଙ୍କର ଅଧିକ ଝିଅ ପ୍ରଶଂସକ ଅଛନ୍ତି। ଯେତେବେଳେ ସେ ବାହାରକୁ ବାହାରୁଛନ୍ତି, ତାଙ୍କୁ ଫିମେଲ୍‌ ଫ୍ୟାନ୍ସ ଅଧିକ ଦେଖିବାକୁ ମିଳୁଛନ୍ତି। ଚାଲନ୍ତୁ ଜାଣିବା ନୋରାଙ୍କ ଫିଟ୍‌ନେସ୍‌ ସିକ୍ରେଟ୍‌ ସମ୍ପର୍କରେ।
ପ୍ରତ୍ୟେକ ଦିନ କରୁଛନ୍ତି ୱାର୍କଆଉଟ୍‌
ଏକ ସାକ୍ଷାତକାର ସମୟରେ ନୋରା କହିଥିଲେ ଯେ ଫିଟ୍‌ ରହିବା ଲାଗି ସେ ନିୟମିତ ୱାର୍କଆଉଟ୍‌ କରିଥାନ୍ତି। ତାଙ୍କ ୱାର୍କ ଆଉଟ୍‌ ରୁଟିନ୍‌ରେ ମର୍ଣ୍ଣିଂ ୱାକ୍‌, ପୁଶ୍‌ ଅପ୍ସ ଓ ପିଲେଟ୍‌ସ ଭଳି ବ୍ୟାୟାମ ସାମିଲ୍‌ ରହିଛି। ନୋରା ନିଜକୁ ଫିଟ୍‌ ରଖିବା ଲାଗି ବହୁତ ହେଲ୍‌ଦି ରୁଟିନ୍‌ ଅନୁସରଣ କରନ୍ତି।
ଡ୍ୟାନ୍ସ ଫିଟ୍‌ନେସ୍‌ ମନ୍ତ୍ର
ୱାର୍କଆଉଟ୍‌ କରିବା ବ୍ୟତୀତ ନୋରାଙ୍କ ଫିଟ୍‌ନେସ୍‌ର ଦ୍ବିତୀୟ ରହସ୍ୟ ହେଉଛି ଡ୍ୟାନ୍ସ। ନୋରା କହିଛନ୍ତି ଯେ ହେଭି ୱାର୍କଆଉଟ୍‌ ସହିତ ଡ୍ୟାନ୍ସ ଜରିଆରେ ମଧ୍ୟ ସେ ଖୁବ୍‌ ଫ୍ୟାଟ୍‌ ବର୍ଣ୍ଣ କରୁଛନ୍ତି। ଡ୍ୟାନ୍ସ ଷ୍ଟେପ୍‌ସରେ ନୋରାଙ୍କୁ ବେଲି ଡ୍ୟାନ୍ସ କରିବାକୁ ଅଧିକ ପସନ୍ଦ। ତାଙ୍କ ମୁତାବକ ବେଲି ଡ୍ୟାନ୍ସ କରିବା ଫଳରେ ଅଣ୍ଟା ସବୁବେଳେ ଶେପ୍‌ରେ ରହିବ।
ନୋରାଙ୍କ ଡାଏଟ୍‌ ପ୍ଲାନ୍‌
ହେଭି ୱାର୍କଆଉଟ୍‌ ଓ ଡ୍ୟାନ୍ସ ସହିତ ନୋରା ନିଜ ଡାଏଟ୍‌ ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଇଥାନ୍ତି। ନୋରାଙ୍କ କହିବାନୁସାରେ ଫିଟ୍‌, ହେଲ୍‌ଦି ଶରୀର ପାଇଁ ଉତ୍ତମ ଡାଏଟ୍‌ ପ୍ଲାନ୍‌ ବହୁତ ଦରକାର। ବହୁତ କମ୍‌ ଜଙ୍କଫୁଡ୍‌ ଖାଉଥିବା ନୋରା ଅଧିକାଂଶ କ୍ଷୀର ଓ ସମୟରେ ସବୁଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ