ଡ୍ୟାନ୍ସ ପ୍ଲସ୍‌ ଫାଇଭ୍‌ର ବିଜେତା ହେଲେ ରୂପେଶ

ମୁମ୍ବାଇ : ମୁମ୍ବାଇର ରୂପେଶ୍‌ ଓ୍ବାନେ ଷ୍ଟାର୍‌ ପ୍ଲସ୍‌ର ଲୋକପ୍ରିୟ ରିଅଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍‌’ର ସିଜିନ୍‌ ୫ର ବିଜେତା ହୋଇଛନ୍ତି । ଏହି ନୃତ୍ୟଭିତ୍ତିକ ଡ୍ୟାନ୍ସ ଶୋ’ରେ ୧୮ଜଣ ପ୍ରତିଯୋଗୀ ରହିଥିଲେ । ଏଥିରେ ଗ୍ରୁପ୍‌, ଡୁଏଟ୍‌ ଓ ସୋଲା ନୃତ୍ୟ କରି ଦର୍ଶକଙ୍କ ହୃଦୟକୁ ଜିଣିଥିଲ । ଫାଇନାଲ୍‌ରେ ସଂଚିତ୍‌ ଓ ସୁବ୍ରତୋ, ଜନମ କ୍ରୁ, ଦିପିକା ଓ ରୂପେଶ, ଓ ରୂପେଶ ଓ୍ବାନେ ପ୍ରମୁଖ ଚାରି ପ୍ରତିଯୋଗୀ ଫାଇନାଲ୍‌ରେ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଲୋକପ୍ରିୟ କୋରିଓଗ୍ରାଫର୍‌ ରେମୋ ଡି’ସୁଜା ସୁପର ଜଜ୍‌ ରୂପେ ଥିବାବେଳେ ଧର୍ମେଶ୍‌, ପୁନୀତ୍‌ ପାଠକ, କରିସ୍ମା ଚୌହ୍ବାନ ଓ ସୁରେଶ ମୁକୁନ୍ଦ ପ୍ରମୁଖଙ୍କୁ ମେଣ୍ଟର ରୂପରେ ନଜର ଆସିଥିଲେ । ରୂପେଶ ଏହି ଶୋ’ର ବିଜେତା ହୋଇଥିବାବେଳେ ମିଥୁନ ଚକ୍ରବର୍ତ୍ତୀ ତାଙ୍କୁ ଟ୍ରଫି ଦେଇଥିଲେ । ରୂପେଶଙ୍କୁ ଟ୍ରଫି ସ ସହିତ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ