ଡ. ଆମ୍ବେଦକରଙ୍କ ୬୬ ତମ ମହାପରି ନିର୍ବାଣ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ରାଷ୍ଟ୍ରନେତା, ଆଧୁନିକ ଭାରତର ରାଷ୍ଟ୍ର ନିର୍ମାତା ତଥା ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ଭୀମରାଓ ଆମ୍ବେଦକରଙ୍କ ୬୬ ତମ ମହାପରି ନିର୍ବାଣ ଦିବସ ପାରଳାଖେମୁଣ୍ଡି ସ୍ଥିତ ସେବାସ୍ତମ୍ଭ ସର୍ବ ଭାରତୀୟ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ଶ୍ରେଣୀ କର୍ମଚାରୀ ସଂଘ “ସେବାସ୍ତମ୍ଭ” ପକ୍ଷରୁ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଓ ଗୋଷାଣୀ ବ୍ଲକର ଲିଙ୍ଗିପୁର ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସେବାସ୍ତମ୍ଭ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଦଣ୍ଡାମାଲା ସାହି ଓ ନୂଆବସ୍‌ଷ୍ଟାଣ୍ଡ ସମେତ ଗୋଷାଣୀ ବ୍ଲକର ଲିଙ୍ଗିପୁର ଠାରେ ଥିବା ସମ୍ବିଧାନ ପ୍ରଣେତା ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସେହି ପ୍ରତିମୂର୍ତ୍ତି ମାନଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସେଠାରେ “ବୁଦ୍ଧମ ଶରଣମ ଗଚ୍ଛାମୀ” ପ୍ରାର୍ଥନା ସଭା କରିଥିଲେ । ଏହି ଅବସରରେ ସେବ୍ସ୍‌ମ୍ଭର ଉପଦେଷ୍ଠା ନାରାୟଣ ସେଠୀ ଯୋଗଦେଇ ଡ. ଆମ୍ବେଦକରଙ୍କ କର୍ମମୟ ଜୀବନ ଦର୍ଶନ ଉପରେ କହି ସେ କିଭଳି ଦଳିତମାନଙ୍କ ପାଇଁ ସାମାଜିକ ଭେଦଭାବ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିବା ସହ ଶ୍ରମିକ, କୃଷକ ଓ ମହିଳାମାନଙ୍କ ଅଧିକାରକୁ ସମର୍ଥନ କରୁଥିଲେ ଏବଂ ତାଙ୍କର ସମ୍ବିଧାନ ରଚନା ଓ ପାରିତ ସମ୍ପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମସ୍ତ କାର୍ଯ୍ୟକ୍ରମରେ ସେବାସ୍ତମ୍ଭର ଜିଲ୍ଲା ସଭାପତି ଏସ୍‌.ପାପାରାଓ, ଉପଦେଷ୍ଟା ବ୍ରଜ କୁମାର ନାୟକ, ଅଡିଟର ବାବୁଲା ପୂଜାରୀ, ଅଡିଟର ୱା ଇ ଡିଲେଶ୍ୱର ରାଓ, ଯୁଗ୍ମ ସମ୍ପାଦକ ପୁରଷୋତ୍ତମ ବେହେରା, ସଭ୍ୟ ଏସ୍‌. ତିରୁପତି ରାଓ, ଏସ୍‌. ଡିଲେଶ୍ୱର ରାଓ ଏବଂ ଭି.ଲକ୍ଷ୍ମୀ ନାରାୟଣ ରାଓ ପ୍ରମୁଖଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ