ଡ. ଆମ୍ବେଦକରଙ୍କ ୬୭ତମ ମହାପ୍ରୟାଣ ଦିବସ ସମାରୋହ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତର ସମ୍ବିଧାନ ପ୍ରଣେତା, ସମାଜ ସଂସ୍କାରକ, ମହାନ୍ ଚିନ୍ତାନାୟକ ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୭ତମ ମହାପ୍ରୟାଣ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ସଭା ବୁଧବାର ପୂର୍ବାହ୍ନରେ ‘ଆମ୍ବେଦକର ବିକାଶ ପରିଷଦ’ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ସହରର ପୋଲିସ୍ଲାଇନ୍ ଛକ ପାଶ୍ୱର୍ରେ ଗତ ନଭେମ୍ବର ୨୬ ତାରିଖ ଦିନ ସମ୍ବିଧାନ ଦିବସ ଅବସରରେ ଉନ୍ମୋଚିତ ହୋଇଥିବା ଡ. ଆମ୍ବେଦକରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିକଟରେ ଏହି ସଭା ପରିଷଦର ସଭାପତି ସୁଦର୍ଶନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷା ସାଗରିକା ନାଥ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଓ ସଦର ବିଧାୟକ ସ୍ୱରୂପ କୁମାର ଦାସ ପ୍ରମୁଖ ବହୁବିଶିଷ୍ଟ ବ୍ୟକ୍ତି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆମ୍ବେଦକରଙ୍କ ପ୍ରତି ସେମାନଙ୍କର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉକ୍ତ ସାଧାରଣ ସଭାରେ ମୁଖ୍ୟବକ୍ତା ଭାବେ ପ୍ରଫେସର ଡ. ଅନୀଲ କୁମାର ମହାପାତ୍ର ଯୋଗଦେଇ ଦେଶର ସମ୍ବିଧାନ ପ୍ରସ୍ତୁତିରେ ଆମ୍ବେଦକରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଅମୂଲ୍ୟ ଅବଦାନ ଉପରେ ଆଲୋକପାତ କରିଥିଲେ । ଓକିଲ ସଂଘ ସଭାପତି ମନୋଜ ନାୟକ, ଆଇନଜୀବୀ ରଘୁନାଥ ମହାଳିକ, ପର୍ଶୁରାମ ପ୍ରଧାନ, ଉର୍ମିଳା ମାଝୀ, ନିରଞ୍ଜନ ପରିଡ଼ା ଓ ବିଜୟ ପାଣିଗ୍ରାହୀଙ୍କ ସମେତ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ସାମାଜିକ ନ୍ୟାୟ ଅଭିଯାନର ସଭାପତି ଅକ୍ଷୟ ମଲ୍ଲିକ, ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ, ଭିଟାମାଟି ସୁରକ୍ଷା ଆନ୍ଦୋଳନର ନେତା ଅରୁଣ ଜେନା, ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଦାମୋଦର ନାୟକ ଓ ସୀତାରାମ ପ୍ରଧାନ, ସମାଜସେବୀ ଶୁଭଙ୍କର ମହାପାତ୍ର, ଗଣେଶ୍ୱର ରାଉତ, ମମତା ମହାପାତ୍ର ଓ ବିଭୁପଦ ଦାସ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କ ଜୀବନାଦର୍ଶ ଏବଂ ସମ୍ବିଧାନ ନାଗରିକଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଦେଶବାସୀଙ୍କୁ ସଚେତନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ବେଣୁଧର ସାହୁ, ଲକ୍ଷ୍ମଣ ବେହେରା, ରାଜକିଶୋର ଲେଙ୍କା, ଶ୍ୟାମସୁନ୍ଦର ଜେନା, ନିରଞ୍ଜନ ବେହେରା, ଚିତ୍ତରଞ୍ଜନ ପଣ୍ଡା, ମୃତ୍ୟୁଞ୍ଜୟ ଜେନା, ପ୍ରମୁଖ ଉପସ୍ଥିତ ଥିଲାବେଳେ ପରିଚାଳନାରେ ତପନ୍ ସିଟ୍, ସୌଭାଗ୍ୟ ମଲ୍ଲିକ, ସଂଗ୍ରାମ ମାଝୀ, ହରପ୍ରିୟା ରଣା, ଗଗନ ପାତ୍ର, ଧୀରେନ୍ଦ୍ର ଜେନା, ସାଧୁଚରଣ ଦାସ, ସୁକାନ୍ତି ପାତ୍ର, ରମେଶ ଜେନା, ସୁଧାକର ସେଠୀ, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ସଂଗଠନର ସଂପାଦିକା ସ୍ନେହଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତ୍ୟୁଷରେ ରେମୁଣା ଗୋଲେଇ ପାଶ୍ୱର୍ରେ ଥିବା ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପରିଷଦ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା ଓ ଅପରାହ୍ନରେ ରେମୁଣା ମନ୍ଦିର ଛକ ନିକଟରେ ଏକ ସାଧାରଣ ସଭାର କାର୍ଯ୍ୟକ୍ରମ ରହିଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।


