ଡ.ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ୩ଶହରୁ ଉର୍ଦ୍ଧ ଭାଜପା କର୍ମୀ ବିଜେଡିରେ ଯୋଗଦେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଗ୍ରାମର ୩ଶହରୁ ଉର୍ଦ୍ଧ ଭାଜାପା କର୍ମୀ ଦଳ ତ୍ୟାଗ କରି ଡ.ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେଡିରେ ଯୋଗଦାନ କରିଥିବାର ଜଣାପଡିଛି । ଗତକାଲି ହାଇଟେକ୍‌ର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଡ.ତିରୁପତି ପାଣିଗ୍ରାହୀ କେ.ସୀତାପୁର ଗ୍ରାମ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ସେଠାକାର ବହୁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ, ବିଜେଡି ଦଳର ଶୃଙ୍ଖଳା ସମତେ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନା, ଉନ୍ନୟନମୂଳକ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ବିଜେଡିରେ ଯୋଗ ଦେଇଥିବାର ପ୍ରକାଶ କରିଥିଲେ । ବିଶେଷ କରି ନିକଟରେ ଶୁଭାରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହେଲ୍‌ଥକାର୍ଡ ଭଳି ଗରିବଙ୍କ ଉପଯୋଗରେ ଆସୁଥିବା ଲୋକାଭିମୁଖୀ ଯୋଜନା ପ୍ରତି ଅନୁପ୍ରାଣିତ ହୋଇଥିବାର ମଧ୍ୟ ଜଣାଇଛନ୍ତି । ଡ.ପାଣିଗ୍ରାହୀ ଏମାନଙ୍କୁ ବିଜେଡି ଦଳକୁ ସ୍ୱାଗତ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡିର ହାତମୁଠାକୁ ଆହୁରି ସୁଦୃଢ କରିବା ପାଇଁ କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚାଲିଲେ ଆହୁରି ବିକାଶ ହୋଇପାରିବ ବୋଲି କହିଥିଲେ । ଏହିକାର୍ଯ୍ୟକ୍ରମରେ କାଶୀନଗର ବ୍ଲକ ବିଜେଡି ସଭାପତି ଆର୍‌. ରାମପ୍ରସାଦ, କାଶୀନଗର ନଗର ସଭାପତି ରଘୁରାମ ସାହୁ, ବରିଷ୍ଠ ବିଜେଡି ନେତା ଗାବରା ତିରୁପତି ରାଓ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଦଳରେ ଯୋଗ ଦେଇଥିବା କର୍ମୀମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ