ଡ. ନରସିଂହ ପ୍ରସାଦ ଚରତିଙ୍କୁ ୱାର୍ଲଡ ବୁକ୍ ଅଫ୍ ରେକର୍ଡ ମାନପତ୍ର ସହ ମେଡାଲ ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ହୋଲିଷ୍ଟିକ ମେଡିସିନ୍ ରିସର୍ଚ୍ଚ ଫାଉଣ୍ଡେସନ (ଏଚ୍‌ଆର୍‌ଏମ୍‌ଏଫ୍‌)  ଦ୍ୱାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ “ନାରୀ ସମ୍ମାନ ୨୦୨୨” ରେ ୱାର୍ଲଡ ବୁକ୍ ଅଫ୍ ରେକର୍ଡ, ୟୁନାଇଟେଡ କିଙ୍ଗଡମ୍, ଲଣ୍ଡନ ଦ୍ୱାରା  ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ଯୁବ ଡକ୍ଟର ନରସିଂହ ପ୍ରସାଦ ଚରତିଙ୍କୁ ୱାର୍ଲଡ ବୁକ୍ ଅଫ୍ ରେକର୍ଡ ମାନପତ୍ର ସହ ମେଡାଲ ପ୍ରଦାନ କରାଯାଇଛି ।  ସେ ଜଣେ ବିକଳ୍ପ ଔଷଧ ଅଭ୍ୟାସକାରୀ ଅଟନ୍ତି । ହାଇଦରାବାଦ ସ୍ଥିତ ଭାରତୀୟ ବିଦ୍ୟା ଭବନ ଅଡିଟୋରିୟମରେ ଏଚ୍‌ଆର୍‌ଏମ୍‌ଏଫ୍‌, ତେଲେଙ୍ଗାନା ଦ୍ଵାରା ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯକ୍ରମ ରେ ଡ. ଚରତି ଙ୍କୁ ଏହି ସର୍ବୋତ୍ତମ ମାନପତ୍ର ସହ ମେଡାଲ ପ୍ରଦାନ କର ଯାଇଥିଲା । ଏଚ୍‌ଆର୍‌ଏମ୍‌ଏଫ୍‌ ର ସମସ୍ତ ସଦସ୍ୟ ୨୦୨୧ ବର୍ଷ ରେ ପ୍ରଫେସର ଡ. ଦୀପକ କୁମାର ରାଉତ ଙ୍କ ଅଧୀନରେ ସର୍ବାଧିକ ୨୭ ଟି ସ୍ବାସ୍ଥ୍ୟ ସମ୍ପର୍କିତ ଅନଲାଇନ ତଥା ଅଫଲାଇନ ସ୍ବାସ୍ଥ୍ୟ ଶିବିର ମାନ କରିଥିଲେ ଏହା ସହ ସେମାନେ ବିଶ୍ବବ୍ୟାପୀ ପାରମ୍ପରିକ ଔଷଧ ର ପ୍ରଚାର ପ୍ରସାର କରି ବିଶ୍ଵରେ ଏକ ଐତିହାସିକ ରେକର୍ଡ଼ ସୃଷ୍ଟି କରିଛନ୍ତି । ଏଥି ନିମନ୍ତେ  ଡ. ରାଉତ ଏବଂ ତାଙ୍କ ସହକର୍ମୀ ମାନଙ୍କ  ଉତ୍କର୍ଷତା ପାଇଁ ମାର୍ଚ୍ଚ ୧୯ ତାରିଖ ରେ ଉକ୍ତ କାର୍ଯ୍ୟକ୍ରମ ରେ ୱାର୍ଲଡ ବୁକ୍ ଅଫ୍ ରେକର୍ଡ ଦ୍ଵାରା ସମ୍ମାନିତ କରାଯାଇଛି । ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ନୋବେଲ ଶାନ୍ତି ପୁରସ୍କାରଧାରୀ, ଆନ୍ତର୍ଜାତୀୟ ଶାନ୍ତି ରାଷ୍ଟ୍ରଦୂତ ଡକ୍ଟର ମଧୁ କୃଷ୍ଣ, ପଣ୍ଡିତ ପ୍ରଶାନ୍ତ ଗାଇକ୍ୱାଡ (ବେଟି ବଚାଓ ବେଟି ପଢ଼ାଓ ରାଷ୍ଟ୍ରଦୂତ,ଭାରତ ସରକାର) , ବିଦୁଷୀ ତଥା କୃଷ୍ଣ ଭକ୍ତି ପ୍ରବଚିକା ଜୟକିଶୋରୀ ଦେବୀ, କୁଳଦୀପ ଦିଦି , ତେଲୁଗୁ ସିନେମା ଜଗତ ର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶଶୀ ପ୍ରୀତମ୍ , ସୁପ୍ରିମ କୋର୍ଟର ବିଶିଷ୍ଟ ଓକିଲ ବରପ୍ରସାଦ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସନ୍ଧ୍ୟା ସମୟ ରେ ସଙ୍ଗୀତ କାର୍ଯ୍ୟକ୍ରମ ରେ ମଧ୍ୟ ଶ୍ରୀ ନରସିଂହ ପ୍ରସାଦ ଚରତି ବିଶେଷ ତବଲା ବାଦନ କରି ଦର୍ଶକଙ୍କ ମନ ହରଣ କରିନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମଧ୍ୟ ଶ୍ରୀ ଚରତି ଙ୍କୁ ସମ୍ମାନିତ କରାଯାଇଥିଲା । ଡ. ଚରତି ନିଜ ଗ୍ରାମକୁ ଫେରିବା ପରେ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୁର ପଲ୍ଲୀ ଗ୍ରାମରେ  ଜନ ସାଧାରଣଙ୍କ ସ୍ବାସ୍ଥ୍ୟ ସାଧନ ପାଇଁ ଶପଥ ଗ୍ରହଣ କରିଛି ଏବଂ ବିଶ୍ଵରେ ଶାନ୍ତି ଓ ପ୍ରେମର ବାର୍ତ୍ତା ପ୍ରେରଣ କରିବାରେ ମଧ୍ୟ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି । ସେ ନିଜ ବାପା ଙ୍କ ପ୍ରେରଣା ରୁ ଏଇ କାର୍ଯ୍ୟ କରିଛନ୍ତି ଏବଂ ତାଙ୍କୁ ଅଶେଷ କୃତଞତା ମଧ୍ୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ