ଡ. ବିଜୟ ସାହୁଙ୍କୁ ଆଦର୍ଶ ବିଦ୍ୟାଳୟର ନୂଆ ଉପଦେଷ୍ଟା ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଭାବେ ସୁବ୍ରତ ବାଗଚୀଙ୍କୁ ପୁନଶ୍ଚ ନିଯୁକ୍ତି ଦିଆଯାଇଛି। ଏହାସହିତ ଶ୍ରୀ ବାଗଚୀଙ୍କୁ କ୍ୟାବିନେଟ ପାହ୍ୟା ମଧ୍ୟ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଶିଷ୍ଟ ଶିକ୍ଷାବିତ୍ ଡ. ବିଜୟ ସାହୁଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦେଇଛନ୍ତି। ଶ୍ରୀ ସାହୁ ଭୁବନେଶ୍ବର ସାଇ ଇଣ୍ଟରନେସ୍ନାଲ ସ୍କୁଲର ଅଧ୍ୟକ୍ଷ ତଥା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ୨ଟି ନୂତନ ପଦରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଥଇଥାନ କରାଯାଇଛି ।


