ଡ.ସୁରେଶ୍ୱରୀ ସାଗରୀକାଙ୍କୁ ମିଳିଲା ସମ୍ମାନ ଜନକ ‘ଗାନ୍ଧୀ ସେବାରତ୍ନ’ ପୁରସ୍କାର

ହାଟଡିହି, (ବିକାଶ ବିଶ୍ୱାଳ) :-ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରିଥିବା ଜୟଦୁର୍ଗା ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ସୁରେଶ୍ୱରୀ ସାଗରୀକାଙ୍କୁ ସମ୍ମାନ ଜନକ ‘ଗାନ୍ଧୀ ସେବାରତ୍ନ’ ଆୱାର୍ଡ ପ୍ରଦାନ କରାଯାଇଛି । ଆଜି ଭୋପାଳ ଠାରେ ହେଟେଲ ଆର.କେ ରେଗେନ୍ସି ଠାରେ ସର୍ବ ଭାରତୀୟ ସ୍ଥରରେ (ଡବ୍ଲୁଏସି) ପିପଲ କାଉନସିଲ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ଅଞ୍ଚଳରୁ ସମାଜସେବୀ ମାନଙ୍କୁ ଆମନ୍ତ୍ରଣ କରାଯାଇ ସେମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମୁମ୍ବାଇ ଚଳଚିତ୍ର ଜଗତର ପ୍ରଖ୍ୟାତ ହାସ୍ୟ ଅଭିନେତା ଡ. ରାଜପାଲ ଯାଦବ, ସମ୍ମାନୀତ ଅତିଥି ଭାବେ ଡ. ସୌରଭ ପାଣ୍ଡେ, ଡବ୍ଲୁ୍ୟଏସି ପିପଲ କାଉନସିଲ ର ପ୍ରତିଷ୍ଠାତା ଡ. ବିଜୟ ବଜାଜ, ଡ. ଜ୍ୟୋତି ବଜାଜଙ୍କ ସମେତ ବହୁ ବିଶିଷ୍ଟ ଅତିଥି ମାନେ ଯୋଗଦେଇ ସମାଜସେବା କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରିଥିବା ଜୟଦୁର୍ଗା ଫାଉଣ୍ଡେସନର ମୁଖ୍ୟ ଡ. ସୁରେଶ୍ୱରୀ ସାଗରୀକା ଜେନାଙ୍କୁ ସମ୍ମାନ ଜନକ ଗାନ୍ଧୀ ସେବାରତ୍ନ ଆୱାର୍ଡରେ ସମ୍ମାନୀତ କରିଥିଲେ । ସୁରେଶ୍ୱରୀଙ୍କୁ ଏହି ସମ୍ମାନ ମିଳିବାପରେ ବହୁ ସମାଜସେବୀ ସଂଗଠନ ଓ ବ୍ୟକ୍ତି ବିଶେଷ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ