ଢ଼େଙ୍କା ପଞ୍ଚାୟତରେ ସାଧାରଣତନ୍ତ୍ର ଦିବସ ପାଳିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତରେ ୭୪ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଢ଼େଙ୍କା ହାଇସ୍କୁଲର ଛାତ୍ରଛାତ୍ରୀମାନେ ଗ୍ରାମ ପରିକ୍ରମା କରି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଢ଼େଙ୍କା ପଞ୍ଚାୟତର ସରପଞ୍ଚ ସୁବାସିନି ସେଠୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ । ଢ଼େଙ୍କା ପଞ୍ଚାୟତକୁ ଏକ ବିକଶିତ ପଞ୍ଚାୟତ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ଜାତୀୟ ସଂଗୀତ ଗାନ କରିବା ସହିତ ଦେଶପାଇଁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ଜୟଗାନ କରିଥିଲେ । ଏଥିରେ ସମିତିସଭ୍ୟା ସୁକାନ୍ତୀ ବିଶ୍ୱାଳ, ସମସ୍ତ ୱାର୍ଡସଭ୍ୟସଭ୍ୟା , ସମାଜସେବୀ ତଥା ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ରବିନ୍ଦ୍ର ନାୟକ, ଅବସରୀପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ଦାଶ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ବ୍ଲକ ସଂଯୋଜକ କାର୍ତ୍ତିକ ପାତ୍ର, ଶ୍ୟାମସୁନ୍ଦର ମହାନ୍ତି, ରୁଦ୍ରପ୍ରସାଦ କର, ପ୍ରଭାତ ବିଶ୍ୱାଳ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଢ଼େଙ୍କା ପଞ୍ଚାୟତ ମିଶନ ଶକ୍ତିର ସମସ୍ତ ସଦସ୍ୟାମାନେ ଯୋଗଦେଇଥିଲେ । ପିଇଓ ସୁରେଶ ସେଠୀ, ଜିଆରଏସ ପ୍ରଫୁଲ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।