ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କୁ ତାଙ୍କ ମରୈଗାଁ ଭଡାଘରେ କେହି ଦୁର୍ବୁତ ହତ୍ୟା କରିଥିବା ଜଣାଯାଇଛି । ରାତି ହୋଇଯିବା ଯୋଗୁଁ ପୁଲିସ ଶବକୁ ଉଦ୍ଧାର କରିନଥିବା ବେଳେ ସାଇଣ୍ଟିଫିକ ଟିମ ପହଞ୍ଚିବାପରେ ଶବ ଉଦ୍ଧାର କରାଯିବ ବୋଲି ପୁଲିସ ସୁଚନା ଦେଇଛନ୍ତି । ସୁଚନାରୁ ଜଣାଯାଇଛି ଯେ ଇଞ୍ଚୋଳ ଗ୍ରାମର ଅନିରୁଦ୍ଧ ସ୍ୱାଇଁ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ସେ ଢ଼େଙ୍କା ଓ ସଢ଼ା ଗ୍ରାମର ଦୁଇଟି ସ୍ଥାନରେ ଟିଉସନ ମଧ୍ୟ କରିଥାନ୍ତି । ସେ ମରୈଗାଁ ଛକରେ ଏକ ଭଡାଘରେ ରହୁଥିବାବେଳେ ତାଙ୍କ ପତ୍ନୀ ଓ ଝିଅ ନିଜ ଶ୍ୱଶୁର ଘରେ ରୁହନ୍ତି । ସେ ଗତକାଲି ରାତିରେ ଭଡାଘରେ ରହିଥିବାବେଳେ ଆଜି ଶିଶୁଦିବସ ପାଇଁ ସ୍କୁଲକୁ ମିଠାନେଇ ଯିବାର ଥିଲା । ସ୍କୁଲର ଶିକ୍ଷକମାନେ ବାରମ୍ବାର ଫୋନ କରିଥିଲେବି ସେ ଫୋନ ଉଠାଇ ନଥିଲେ । ଏପରିକି ତାଙ୍କ ରୁମକୁ ଆସି ଦେଖିବା ବେଳକୁ ରୁମଟି ବାହାରୁ ଚାବି ପଡିଥିବାରୁ ଅନିରୁଦ୍ଧ ସ୍ୱାଇଁ କେଉଁଆଡେ ଯାଇଥିବା ଅନୁମାନ କରିଥିଲେ । ମାତ୍ର କିଛି ବ୍ୟକ୍ତିଙ୍କ ସନେ୍ଦହ ହେବାରୁ ସେମାନେ ବାହାରପଟୁ ସ୍କାଇଲାଇଟ ବାଟେ ତାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ଘର ଭିତରେ ପଡିଥିବା ଦେଖିବାକୁ ପାଇବାପରେ ପୁଲିସକୁ ସୁଚନା ଦେଇଥିଲେ । ପୁଲିସ ପହଞ୍ଚି ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖିବାପରେ ଆନନ୍ଦପୁର ଏସଡିପିଓ ପ୍ରସାନ୍ତ ବେହେରା ଏବଂ ମାଜିଷ୍ଟେଟ ରଶ୍ମୀରଞ୍ଜନ ସ୍ୱାଇଁଙ୍କ ଉପସ୍ଥିତିରେ ଘରର ତାଲା ଭଙ୍ଗାଯାଇ ଘରକୁ ଖୋଲାଯିବାପରେ ଘର ଭିତର ଖଟ ଉପରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିତôଲା । ଘରର ଆସବାବପତ୍ର ଛିନଛତ୍ର ହୋଇ ପଡିଥିବାବେଳେ ତାଙ୍କ ମୁଣ୍ଡକୁ କୌଣସି ଏକ ଧାରୁଆ ଅସ୍ତ୍ରରେ ହଣା ଯାଇଥିବା ଅନୁମାନ କରାଯାଉଛି । ମାତ୍ର ରାତି ହୋଇଯିବାରୁ ଓ ସାଇଣ୍ଟଫିକ ଟିମ ପହଞ୍ଚି ନଥିବାରୁ ଆସନ୍ତାକାଲି ଶବ ଉଦ୍ଧାର କରାଯିବ ବୋଲି ପୁଲିସ କହିଛନ୍ତି । ଅନ୍ୟପକ୍ଷରେ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାଇ ଗତକାଲି ରାତି ଦୁଇଟାରେ ଅନିରୁଦ୍ଧ ସାରଙ୍କ ଘର ଭିତରୁ ମରିଗଲି ମରିଗଲି ଚିକ୍ରାର କରିଥିଲେ । ସେ ଦୌଡିଯାଇ ଘର ସମ୍ମୁଖରେ ପଚାରିବାରୁ ନା କିଛି ହୋଇନି ସାପଟେ ପସିଯାଇଥିଲା ବୋଲି କହିଥିଲେ । ଏହାର କିଛି ସମୟ ପରେ ଜଣେ ଯୁବକ ମୁଣ୍ଡରେ ହେଲମେଟ ଲଗାଇ ଘରର ବାହାରପଟୁ ଚାବି ପକାଇ ତଳକୁ ଆସି ଥୁଆ ଯାଇଥିବା ନାଲି ସ୍କୁଟିକୁ ନେଇ ବାହାରକୁ ପଳାଇଥିଲା । ମାତ୍ର ସେ ଅନିରୁଦ୍ଧ ସାର ହୋଇଥିବା ଅନୁମାନ କରି ପ୍ରତ୍ୟେକ୍ଷଦର୍ଶୀ ଜଣକ କିଛି ପ୍ରତିକ୍ରୀୟା ଦେଖାଇ ନଥିଲେ । ପଡୋଶୀଙ୍କ କହିବାନୁ ଯାଇ ଏହି ଭଡାଘରେ ଅନିରୁଦ୍ଧ ସ୍ୱାଇଁ ଏକୁଟିଆ ରହୁଥିବାବେଳେ କେତେବେଳେ କିପରି ଜଣେ ମହିଳା ଆସି ରହୁଥିଲେ । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।


