ଢାବାରୁ ମୋବାଇଲ ଚୋରି ଅଭିଯୋଗ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥ ଛତାବର ଠାରେ ଥିବା ଏକ ଢାବାରୁ ମୋବାଇଲ ଚୋରି ହୋଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ସୁବ୍ରତ ନାୟକ ଏକ ପିକଅପ ଗାଡି ନେଇ ଭଦ୍ରକ ଅଭିମୁଖେ ଆସିଥିଲେ। ଦିନ ପ୍ରାୟ ଦୁଇଟା ବେଳେ ଖାଇବା ପାଇଁ ଗାଡି ଡ୍ରାଇଭର ସୁବ୍ରତ ଓ ତାଙ୍କ ସହଯୋଗୀ ଢାବା ନିକଟରେ ରହିଥିଲେ। ଢାବାରେ ଖାଇ ସାରିବା ପରେ ମିଲ ଦେୟ ପ୍ରଦାନ କରି ଡ୍ରାଇଭର ଅନ୍ୟମନସ୍କ ଭାବେ ମୋବାଇଲ ଛାଡି ଗାଡି ନିକଟକୁ ପଳାଇ ଆସିଥିଲେ। ମନେ ପଡିବାରୁ ଡ୍ରାଇଭର ଜଣକ ଢାବାକୁ ଫେରି ମୋବାଇଲ ଖୋଜିଥିଲେ ସୁଦ୍ଧା ପାଇନଥିଲେ। ହୋଟେଲ ମାଲିକ ଓ କର୍ମଚାରୀଙ୍କୁ ମୋବାଇଲ ବିଷୟରେ ପଚାରିଥିଲେ ସୁଦ୍ଧା ସେମାନେ ଏ ବିଷୟରେ ଜାଣିନଥିବା କହିଥିଲେ। ତେଣୁ ଅନ୍ୟ ଉପାୟ ନପାଇ ଡ୍ରାଇଭର ଜଣକ ପୁଲିସ ନିକଟରେ ପହଞ୍ଚି ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ କହିଥିବା ବେଳେ ମୋବାଇଲ ଚୋରି ନେଇ ଲିଖିତ ଭାବେ ଜଣାଇଥିଲେ। ଏନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ