ଢେଙ୍କାନାଳ କାଞ୍ଚନ ବଜାର ନିକଟ ମୋତି ମସଜିଦ୍ ରେ ଇଦ୍ ପାଳିତ
ଢେଙ୍କାନାଳ, (ତାପସଦାସ):ଢେ଼ଙ୍କାନାଳ ସଦର ଢେ଼ଙ୍କାନାଳ ସହରସ୍ଥ କାଞ୍ଚନ ବଜାର ନିକଟରେ ଥିବା ମୋତି ମସଜିଦ୍ ରେଶହଶହ ସଂଖ୍ୟାର ମୁସଲମାନ ଭାଇମାନେ ଆଜିର ପବିତ୍ର ଦିନ ଇଦ୍ ପର୍ବକୁ ଛୋଟ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ଏକାଠି ହୋଇ ପାଳନ କରିଛନ୍ତି । ମାର୍ଚ୍ଚମାସ ୨ତାରିଖରୁ ଏକ ମାସ ଧରି ଚାଲିଥିବା ଉପାସ ମାସ ଶେଷ ହୋଇଛି । ସୋମବାର ସକାଳ ୧୦ଟାରେ ଅଲ୍ଲାଙ୍କୁ ମନେପକାଇ ଇଦ୍ ପାଳନ କରି ସମସ୍ତେ ଏକତ୍ରିତ ହୋଇ ନମାଜ ପାଠ କରିଥିଲେ । ସାଂସଦ ପ୍ରାର୍ଥୀ ତଥା ସମାଜସେବୀ ଅବିନାଶ ସାମଲ,ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ସମାଜ ସେବୀ ରାମପାତ୍ର ପ୍ରମୁଖ ପହଞ୍ଚି ମୁସଲମାନ ଭାଇମାନଙ୍କୁ ଇଦ୍ ମୁବାରକ ଜଣାଇଥିଲେ । ନମାଜ ପାଠ ପରେ ଉପସ୍ଥିତ ସମସ୍ତେ ସମସ୍ତଙ୍କୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଥିଲେ ।ଏହି ଅବସରରେ ମୁସଲମାନ ଭାଇମାନେ ଦାନ ଦକ୍ଷିଣ ଦେଉଥିବାର ଦେଖିବାକୁ ମିଳିଥିଲା ।