ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ କ୍ୟାରିୟର କାଉନସିଲିଂ

ଢେଙ୍କାନାଳ, (ତାପସ ଦାସ): ଢେଙ୍କାନାଳ ମହିଳା ମହାବିଦ୍ୟାଳୟର କ୍ୟାରିୟର କାଉନ୍ସିଲିଂ ସେଲ୍ ଓ ଇଣ୍ଟରନାଲ୍ କ୍ୱାଲିଟି ଆସ୍ୟୋରାନ୍ସ ସେଲ୍‌ର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ‘ଗଣମାଧ୍ୟମ ଓ ସାମ୍ବାଦିକତାରେ କ୍ୟାରିୟର ସୁଯୋଗ’ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍‌ସି ଢେଙ୍କାନାଳ ଇଂରାଜୀ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡ. ବିରଞ୍ଚି ନାରାୟଣ ସେଠ୍‌, ଓଡ଼ିଆ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡ. ଚିରସ୍ରୋତା ଜେନା ଓ ଆକାଡେମିକ ଆସୋସିଏଟ୍ ସୌମ୍ୟ ରଞ୍ଜନ ବିହାରା ଯୋଗଦେଇ ଗଣମାଧ୍ୟମ, ସାମ୍ବାଦିକତା ଓ ଯୋଗାଯୋଗ କ୍ଷେତ୍ରରେ ଥିବା କ୍ୟାରିୟର ସୁଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ