ଢେଙ୍କାନାଳ ସହରରେ ମେଟ୍ରିକ ପରୀକ୍ଷା ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ପୂର୍ବତନ ବିଜେଡି ସାଂସଦ

ଢେଙ୍କାନାଳ,(ତାପସ ଦାସ): ମେଟ୍ରିକ୍ ପରୀକ୍ଷାରେ ୯୦ %ରୁ ଅଧିକ ନମ୍ବର ରଖି ହିନ୍ଦୋଳ ପାଇଁ ଗୌରବ ଆଣିଥିବା ଛାତ୍ରଛାତ୍ରୀଙ୍କୁ ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ ସମ୍ବର୍ଦ୍ଧିତ କରିଛନ୍ତି ।ଚଳିତ ବର୍ଷ ପଲ୍ଲୀବିକାଶ ହାଇସ୍କୁଲର ଛାତ୍ର ପ୍ରଭୂଦତ୍ତ ସାହୁ ଏବଂ ପ୍ରଦ୍ୟୁମ୍ନ ସାହୁ, ତରକାବେଡା କୁମୁରିସିଙ୍ଗା ହାଇସ୍କୁଲର ଛାତ୍ର ଅମ୍ରିତ ସାହୁ, ପାଟଲା ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ତ୍ରୀଶା ସାହୁ , ଖଜୁରିଆକଟା ହାଇସ୍କୁଲର ଛାତ୍ରୀ ପ୍ରିୟଦର୍ଶୀ ସାହୁ ଏ 1 ଗ୍ରେଡ୍ ରେ କୃତକାର୍ଯ୍ଯ ହୋଇଥିଲେ । ସଦାବେଳେ ସମାଜର ବିଭିନ୍ନ ପ୍ରତିଭାକୁ ସମ୍ମାନୀତ କରୁଥିବା ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ଏଥର ଏ 1 ରେ କୃତକାର୍ଯ୍ଯ ଛାତ୍ରଛାତ୍ରୀଙ୍କ ଗ୍ରାମକୁ ଯାଇ ଉପହାର ପ୍ରଦାନ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ