ଢେପ ଜମିର ଧାନ ଫସଲ ଗଲା ଜମି ଫାଟି ଆଁ

ଶେରଗଡ,(ବିଭୁ ପ୍ରସାଦ ଦାଶ):ଶେରଗଡରେ ଦାନାର ପ୍ରଭାବ କିଛି ନାହିଁ। କାରଣ ଅସରାଏ ବର୍ଷା ବର୍ଷିିଲା ନାହିଁ। କେବଳ ମେଘ ଢାଙ୍କି ରହିଲା ସିନା ଆଉ କିଛି ନାହିଁ। ଧାନ ଫସଲ ଚୁଲି ହାଣ୍ଡିରେ। କାରଣ ଏବେ ଧାନ ବାହାରିଥିବା ବେଳେ ଖାଦ୍ୟ ପାଣି ସବୁଦରକାର। ପରନ୍ତୁ ଏ ସମୟରେ ବିଲରେ ଫାଟି ଆଁ। ବର୍ତ୍ତମାନ ନିହାତି ଧାନକୁ ପାଣି ଦରକାର ଥିଲା ବେଳେ ଜଳସେଚନ ବିଭାଗ ନାଁ ହରଭଙ୍ଗା କେନାଲରେ ପାଣି ଛାଡୁଛି। ନା ବର୍ଷା ହେଉଛି। ଏପରି ଅବସ୍ଥା ରେ ଢେପ ଜମି ଅବସ୍ଥା କହିଲେ ନସରେ। ଧାନ ଫସଲ କଂଚା ଥିବା ବେଳେ ମୁଳ ଶୁଖି ଆଁ ହୋଇ ରହିଛି। ଏପରି ଅବସ୍ଥା ସ୍ରୁଷ୍ଟି ହୋଇଛି ବ୍ଳକର ଢେପ ଜମି ଥିବା ଗ୍ରାମ ଗୁଡିତରେ। ଚଳିତବର୍ଷ ସେହି ଢେପ ଜମି ଗୁଡିକ ଥିବା ଗ୍ରାମ କରଡାକଣା, କନ୍ଧ ନୂଆଗଡ଼, ଭେଟସିଂ, ଶେରଗଡର ଉପର ପାହାଡ, ହରିକ୍ରୁଷ୍ଣୁପୁର, ପଟାପାବୁଲି ସମେତ ବହୁ ଗ୍ରାମର ଅବସ୍ଥା ଏପରି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ