ତପନ ପଟ୍ଟନାୟକ ଗଜପତିର ନୂତନ ଏସପି ଭାବେ ଦାୟୀତ୍ୱ ନେଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ନୂତନ ଏସପି ଭାବେ ତପନ କୁମାର ପଟ୍ଟନାୟକ ଆଜି ଦାୟୀତ୍ୱ ଗ୍ରହଣ କରିଛନ୍ତି । ସେ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟଠାରେ ଅତିରିକ୍ତ ଏସପି ସୀତାରାମ ଶତପଥୀଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଥିଲେ । ପୁର୍ବତନ ଏସପି ଶାରା ଶର୍ମା ଏଠାରୁ ସ୍ଥାନାନ୍ତର ହୋଇ ଦୁର୍ନୀତି ନିବାରଣ ବିଭାଗ ମୁଖ୍ୟାଳୟକୁ ଯିବା ପରେ ସେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଦାୟୀତ୍ୱ ଦେଇଥିଲେ । ଦାୟୀତ୍ୱ ଗ୍ରହଣ କରିବା ପରେ ନୂତନ ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି,ଗଜପତି ଜିଲ୍ଲାରେ ଉତ୍ତମ ପୋଲିସ ସେବା ଯୋଗାଇବା ଉପରେ ସେ ଗୁରୁତ୍ୱ ଦେବେ । ପୋଲିସର ସେବାକୁ ଲୋକଙ୍କ ନିକଟତର କରି ଲୋକଙ୍କ ସେବା କରାଯିବା ସହ ଆଇନ ଶୃଙ୍ଖଳା ଉପରେ ବେଶ ଗୁରୁତ୍ୱ ଦିଆଯିବ । ଏହି ଅବସରରେ ଏଏସପି ସୀତାରାମ ଶତପଥୀ,ଏଡିପିଓ ପ୍ରକାଶ ଚନ୍ଦ୍ର ଜେନା,ପାରଳା ଆଇଆଇସି ବିବେକା ନନ୍ଦ ସ୍ୱାଇଁଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ନୂତନ ଏସପିଙ୍କୁ ଫୁଲତୋଡା ଦେଇ ସ୍ୱାଗତ ଜଣାଇଥିଲେ ।