ତପ୍ତପାଣି ଇଲାକାରୁ ବିପୁଳ ଗୁଡପୋଚ ଓ ମଦ ଜବତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଜିଲ୍ଲପାଳ ବିଜୟ ଅମୃତ କୁଳାଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ ଅଧିକ୍ଷକ ରଣେନ୍ଦ୍ର ନାୟକ ଙ୍କ ତତ୍ବାବଧାନରେ ଆଜି ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଗୋବିନ୍ଦପୁର ପାହାଡି ଇଲାକା ରେ ଥିବା ମଦଭାଟି ରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ରାନ୍ଧା ଦେଶୀ ମଦ ଦେଶୀ ଗୁଡ଼ ପୋଚ ଜବତ କରାଯିବା ସହ ଦୁଇ ଜଣ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଟି ଗୋବିନ୍ଦପୁର ଖପରାବାଡ ନିକଟ ତପ୍ତପାଣି ନାଳ ବାରବାଙ୍କି ପାହାଡ଼ ପାଖରେ ବେଆଇନ ଭାବେ ଚାଲିଥିବା ଦେଶୀ ରନ୍ଧାମଦ ଭାଟି ରେ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତି ରେ ଚଢ଼ାଉ ହୋଇଥିଲା।5500 ଲିଟର ଦେଶୀ ଗୁଡ଼ପୋଚ 220 ଲିଟର ରନ୍ଧାଦେଶୀ ମଦ ବାରେଲ ଡ୍ରମ ହଣ୍ଡା ଆଦି ଜବତ କରାଯାଇଥିଲା । ଚିକିଟି ଅବକାରୀ ଆଇଆଇସି ମିହିର ସେଠୀ ଦିଗପହଣ୍ଡି ଏସଆଇ ସନ୍ତୋଷ କୁମାର ସାହୁ ସଦର ମୋବାଇଲ ନିରୀକ୍ଷକ ଅଭିରାମ ସାହୁ ଙ୍କ ସମେତ ଅବକାରୀ ବାହିନୀ ଚଢ଼ାଉ ରେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ