ତପ୍ତପାଣି ଘାଟିରେ ଅଟୋ ସହ ହାଇୱ। ଧକ୍କା

ମୋହନା : ଗଜପତି ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟିର ପାଦ୍ରୀମା ବୁଲାଣୀ ରାସ୍ତାରେ ଅଟୋ ସହ ହାଇୱ। ଧକ୍କା ରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ରେ ଅଟୋରେ ବସିଥିବା ଦୁଇ ଜଣ ଆହାତ ହୋଇଥିବା ବେଳେ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି। ଆହାତ ବ୍ୟକ୍ତି ମାନେ ହେଲେ ଅଡବା ଥାନା ଅନ୍ତର୍ଗତ ଜକରାପଲ୍ଲୀ ର ଭାରତ ବିଷୋୟୀ , ପାଣିଗଣ୍ଡା ଗାଁ ର ମନୁ ଦଳାଇ । ସେପଟେ ମୋହନା ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗାଡିକୁ ଜବତ କରି ତଦନ୍ତ ଚଳାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ