ତପ୍ତପାଣି ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ପାଟପୁର ଥାନା ଅନ୍ତର୍ଗତ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ନିକଟ ପାଳୁଖୋଳା ଘାଟିରେ ରବିବାର ଏକ ଟ୍ରକର ବ୍ରେକ ଫେଲ ହେବାରୁ ଘାଟି ରାସ୍ତାରେ ଓଲଟି ପଡିଛି । ଶନିବାର ଭୋରୁ ଏକ ଟ୍ରକ ନଂ (OD 02 AN 7811) ଟି ମାଲକାନଗିରି ଜିଲ୍ଲା ସିମିଳିଗୁଡା ଅଞ୍ଚଳରୁ ରୁ ଭୁବନେଶ୍ଵର ଅଭିମୁଖେ କାଠ ନେଇ ଯାଉଥିବା ସମୟରେ ପାଳୁଖୋଳା ନିକଟ ଘାଟିରେ ଗାଡିର ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ଗାଡ଼ି ଟି ଭାରସ୍ୟାମ ହରାଇ ଘାଟି ତଳକୁ ଓଲଟି ପଡିଥିଲା l ଖବରପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରି ଫେରିଥିବା ଜଣା ପଡିଛି l ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଙ୍କୁ ସାମାନ୍ୟ ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l


