ତପ୍ତପାଣି ଘାଟିରେ ଓଲଟିଲା ଦୁଇଟି ମକା ବୋଝଇ ଟ୍ରକ;ଦୁଇ ଡ୍ରାଇଭର ସମେତ ହେଲପର ଆହତ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ଗଞ୍ଜାମ-ଗଜପତି ସୀମାନ୍ତ ପାଟପୁର ଥାନା ତପ୍ତପାଣି ଘାଟି ଜକରାପଲ୍ଲୀ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମକା ମଞ୍ଜି ବୋଝେଇ ଟ୍ରକ ର ବ୍ରେକ ଫେଲ ହୋଇଯିବାରୁ ଘାଟିରେ ଓଲଟି ପଡିବା ଫଳରେ ଡ୍ରାଇଭର ଓ ହେଲପର ଆହତ ହୋଇଥିବା ଜଣାପଡିଛି l ସେହିପରି ତପ୍ତପାଣି ପାଳୁଖୋଳା ଗ୍ରାମ ନିକଟରେ ଏକ ମକା ମଞ୍ଜି ବୋଝେଇ ଟ୍ରକ ର ବ୍ରେକ ଫେଲ ହୋଇଯିବାରୁ ଗାଡିଟି ଘାଟି ତଳକୁ ଓଲଟି ପଡ଼ିଥିବା ବେଳେ ଡ୍ରାଇଭର ଆହତ ହୋଇଥିବା ଜଣା ପଡିଛି l ବୁଧବାର ରାତ୍ର ଦୁଇଟି ଟ୍ରକ ଗଜପତି ଜିଲାରୁ ରୁ ମକା ମଞ୍ଜି ନେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ତପ୍ତପାଣି ଘାଟିରେ ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ଦୁଇଟି ଗାଡ଼ି ଭାରସ୍ୟାମ ହରାଇ ଘାଟି ତଳକୁ ଓଲଟି ପଡିଥିଲା l ଖବରପାଇ ପାଟପୁର ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମ ବାହନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ପ୍ରାଥମିକ ଚିକିତ୍ସା ପାଇଁ ଦିଗପହଣ୍ଡି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ପରେ ବ୍ରହ୍ମପୁର ବଡ଼ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି l


