ତପ୍ତପାଣି ଘାଟିରେ ଓଲଟିଲା ସପୁରୀ ବୋଝେଇ ପିକଅପ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିର ପାଳୁଖୋଲା ନିକଟରେ ଏକ ସପୁରୀ ବୋଝେଇ ପିକଅପ ଓଲଟି ଯାଇଛି। ଗଜପତି ଜିଲ୍ଲାରୁ ସପୁରୀ ନେଇ କଟକ ଅଭିମୁଖେ ଯାଉଥିବା ବେଳେ ଘାଟି ରାସ୍ତାର ପାଳୁଖୋଲା ପୂର୍ବ ବାଙ୍କରେ ଓହ୍ଲାଉଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଜାତୀୟ ରାଜପଥ ୩୨୬ ଉପରେ ଏହି ଦୁର୍ଘଟଣା ଘଟିଥିବା ବେଳେ କେହି ମଧ୍ୟ ମୃତାହତ ହୋଇନାହାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ