ତପ୍ତପାଣି ଘାଟିରେ ଗଛରେ ପିଟି ହେଲା ଟ୍ରକ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଆଜି ସନ୍ଦ୍ୟାରେ ଗୋଟିଏ କପା ବୋଝେଇ ଟ୍ରକ ଗୋଟିଏ ଗଛକୁ ଧକ୍କା ଦେଇଛି | ଗାଡିଟି ଗୁଣପୁର ରୁ କପା ଲୋଡ଼ କରି କଲିକତା ଫେରୁଥିବା ବେଳେ ତପ୍ତପାଣି ଘାଟିରେ ଗଲାବେଳେ ଗାଡି ଚାଳକ ନିଜର ସନ୍ତୁଳନ ହରାଇ ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇଥିଲେ | ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ଜଣାପଡିଛି | ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିବା ଜଣାପଡିଛି |