ତପ୍ତପାଣି ଘାଟିରେ ଗଛ ପଡ଼ି ରାସ୍ତା ଅବରୋଧ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଗଞ୍ଜାମ ଗଜପତି ରାୟଗଡ଼ା କୋରାପୁଟ ଜିଲ୍ଲାକୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥର ତପ୍ତପାଣି ଘାଟି ନିକଟ ଖେମୁଣ୍ଡିଖୋଲ ନିକଟରେ ଏକ ବିଶାଳ କାୟ ବୃକ୍ଷ ମୁଖ୍ୟ ରାସ୍ତା ରେ ପଡି ଗଞ୍ଜାମ ଗଜପତି ମୁଖ୍ୟ ରାସ୍ତା ବିଛିନ୍ନ ହୋଇଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଯାତାୟାତ ବିଛିନ୍ନ ଯୋଗୁଁ ହଜାର ହଜାର ଯାତ୍ରୀ ହନ୍ତସନ୍ତ ହୋଇଛାନ୍ତି । ଅପରାହ୍ନ ପ୍ରାୟ ସାଢ଼େ ୩ ଘଣ୍ଟ ଘଣ୍ଟା ସମୟରେ ଘୂର୍ଣିଝଡ ସହ ପବନ ଯୋଗୁଁ ବିଶାଳ କାୟ ଗଛଟି ରାଜପଥ ଉପରେ ପଡ଼ିଥିଲା । ଉଭୟ ପଟୁ ଶହ ଶହ ବସ ଟ୍ରକ୍ ଯାନବାହନ ଅଟକି ରହିବା ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ଖବର ପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ସମେତ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ରାସ୍ତାରୁ ପଡ଼ିଥିବା ଗଛ ହଟାଇବା ସହ ଦେଢ଼ ଘଣ୍ଟା ପରେ ଯାତାୟାତ ସ୍ଵାଭାବିକ ହୋଇଥିବା ଜଣାପଡିଛି ।


