ତପ୍ତପାଣି ଘାଟିରେ ଦୁଇଟି ଦୁର୍ଘଟଣା : ବସ,ଟ୍ରକ ମୁହାଁମୁହିଁ ଧକ୍କା : ବାଇକ କୁ ଧକ୍କା ଦେଲା ଟ୍ରକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଟି ଗୋବିନ୍ଦପୁର ପଞ୍ଚାୟତ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ରେ ଶୁକ୍ରବାର ଦୁଇ ଦୁଇଟି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଟି.ଗୋବିନ୍ଦପୁର ପଞ୍ଚାୟତ କାଳିବୋରେଇ ନିକଟରେ ଏକ ଯାତ୍ରୀ ବାହି ବସ କୁ ଗୋଟାଏ ଟ୍ରକ ଧକ୍କା ଦେବାରୁ ବସ ଟି ଭାଙ୍ଗି ଯାଇଥିବା ବେଳେ କେହି ଵି ଆହତ ହୋଇନାହାନ୍ତି l ବସ ଟି ଗଜପତି ଜିଲ୍ଲା ରାୟଗଡା ରୁ ବ୍ରହ୍ମପୁର ଅଭୁମୁଖେ ଯାଉଥିବା ବେଳେ କାଳିବୋରେଇ ନିକଟରେ ବ୍ରହ୍ମପୁର ରୁ ମୋହନା ଅଭିମୁଖେ ଯାଉଥିବା ଏକ ଟ୍ରକ ଦୃତ ଗତି ରେ ଆସି ଧକ୍କା ଦେଇଥିଲା l ଉକ୍ତ ଦୁର୍ଘଟଣା ରେ କୌଣସି ଆହତ ହୋଇନଥିବା ବେଳେ ଅଳ୍ପକେ ଯାତ୍ରୀ ମାନେ ବର୍ତ୍ତୀ ଯାଇଥିବା ଖବର ମିଳିଛି l ସେହି ପରି ତପ୍ତପାଣି ଘାଟି ନିକଟରେ ଦିଗପହଣ୍ଡି ରୁ ମୋହନା ଅଭିମୁଖେ ଯାଉଥିବା ଏକ ଟ୍ରକ ମୋହନା ରୁ ଆସୁଥିବା ଏକ ମୋଟର ସାଇକେଲ କୁ ଧକ୍କା ଦେଇଥିଲା l ଫଳରେ ଅଳ୍ପକେ ଉଭୟ ଡ୍ରାଇଭର ବର୍ତ୍ତି ଯାଇଥିବା ବେଳେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି l


