ତପ୍ତପାଣି ଘାଟିରେ ବସ ଓଲଟି ୧ ମୃତ ,୨୦ ରୁ ଉଦ୍ଧ୍ୱର୍ ଆହାତ
ବ୍ରହ୍ମ୍ମପୁର ,(ଯୁଗାବ୍ଦ ନ୍ୟୁଜ) : ତପ୍ତପାଣି ଘାଟୀରେ ବସ ଓଲଟି ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୨୦ ରୁ ଉଦ୍ଧ୍ୱର୍ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନଙ୍କ ୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ସୂଚନା ଅନୁୁଯାୟୀ ଦୁଆର ଗ୍ରାମରୁ ପରିବାର ବନ୍ଧୁବର୍ଗଙ୍କ ସହ ନିର୍ବନ୍ଧ ପାଇଁ ଚାନ୍ଦପୁଟ ଗ୍ରାମକୁ ଯାଇଥିଲେ । ଚାନ୍ଦପୁଟ ଗ୍ରାମରୁ ଘରୋଇ ବସ ଓଆର ଜିରୋ୭ଏନ୦୮୬୬ ଯୋଗେ ନିର୍ବନ୍ଧ କାର୍ଯ୍ୟସାରି ନିଜଗ୍ରାମକୁ ଫେରୁଥିବା ସମୟରେ ଏଭଳି ଦୁଖଦ ଘଟଣା ଘଟିଛି । ସମସ୍ତ ଆହାତ ମାନଙ୍କୁ ଦିଗପହଣ୍ଡି ଓ ମୋହନା ହସପିଟାଲରେ ଭର୍ତ୍ତିକରାଯାଇଛି ।