ତପ୍ତପାଣି ଘାଟି ରାସ୍ତାରେ ଓଲଟିଲା ଟାଟା ଏସି

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଥାନା ଅନ୍ତର୍ଗତ  326 ନଂ ଜାତୀୟ ରାଜପଥ ଟି. ଗୋବିନ୍ଦପୁର ପଞ୍ଚାୟତ ଦଶେଇପୁର ଗ୍ରାମ ନିକଟରେ ଏକ ଟାଟା ଏସି ଗାଡି ଓଲଟି 6 ଜଣ ଆହତ ହୋଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ ରବିବାର ଟାଟା ଏସି ଗଜପତି ଜିଲ୍ଲା ମୋହନା ରୁ ଦିଗପହଣ୍ଡି ଅଭିମୁଖେ ଗାଡି ଆସୁଥିବା ବେଳେ ଦଶେଇପୁର ବୁଲାଣିଆ ରାସ୍ତା ରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଲା l ଗାଡ଼ିରେ ଥିବା 6 ଜଣ ଲୋକଙ୍କୁ ଆଘାତ ଲାଗିଥିଲା l ଖବର ପାଇ ପାଟପୁର ପୋଲିସ, ପୋଡାମାରି ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଁଚି ଆହତ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ