ତପ୍ତପାଣି ଘାଟି ରେ କାର ଓଲଟି ଯୁବକ ଆହତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅର୍ନ୍ତଗତ ତପ୍ତପାଣି ଘାଟି ପାନ୍ଥନିବାସ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ କାର ଦୁର୍ଘଟଣା ହୋଇ ରାସ୍ତାରେ ଓଲଟି ପଡିଥିଲା । ଘଟଣାସ୍ଥଳରେ ଚାଳକ ଜଣକ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯୁବକ ହେଲେ ଗୁଣପୁର ସହରର ସତିଶ ନିମାଲ ପାନୁର । ଖବରନୁଯାୟୀ , ଆହତ ଯୁବକ ଜଣକ ନିଜ ଭଉଣୀ, ଭଣଜା – ଭାଣଜୀ ଫୁଲବାଣୀ ରୁ ଆସି ବ୍ରହ୍ମପୁର ରେ ପହଞ୍ଚିବା ପରେ ଭାଇ ନିଜ କାରରେ ବସାଇ ବ୍ରହ୍ମପୁରରୁ ଗୁଣପୁର ଅଭିମୁଖେ ଯାଉଥିବା ସମୟରେ ଗାଡ଼ିର ଚକା ଜାମ୍ ହୋଇଯିବା ଫଳରେ ଗାଡିଟି ଏକ ପୋଲକୁ ଧକ୍କା ଦେଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ କାରଟିକୁ ରାସ୍ତାରୁ ଉଠାଇଥିଲେ କାର ଭିତରୁ ସମସ୍ତଙ୍କୁ ବାହାର କରି କରିଥିଲେ। ବଡ଼ ଦୁର୍ଘଟଣାରୁ ଅଳ୍ପକେ ସମସ୍ତେ ବର୍ତ୍ତି ଯାଇଥିବା ବେଳେ ଯୁବକଙ୍କ ହାତରେ ସାମାନ୍ୟ ଆଘାତ ଲାଗିଥିଲା । ଖବରପାଇ ଦିଗପହଣ୍ଡି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକକୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲା । ପୁଡ଼ାମାରି ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।


