ତବଲାର ଉସ୍ତାଦ୍ଙ୍କୁ ଭାସ୍କର୍ଯ୍ୟକଳାରେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତର ଶାସ୍ତ୍ରୀୟ ସଙ୍ଗୀତ ଦୁନିଆର ବେତାଜ ବାଦ୍ଶାହା ଉସ୍ତାଦୋଁ କା ଉସ୍ତାଦ୍ଙ୍କୁ ମନେପକାଉଛି ଦେଶ । ଉସ୍ତାଦ୍ଙ୍କ ପରଲୋକରେ ସଙ୍ଗୀତ ଦୁନିଆରେ ଶୋକର ଛାୟା ଖେଳିଯାଇଛି । ଜାକିର ହୁସେନ୍ ଥିଲେ ତବଲା ଜଗତର ବାଦ୍ଶାହା । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଭରତପୁର ସାଇରାମ ନଗରର ଜଣାଶୁଣା ଭାସ୍କର୍ଯ୍ୟ ଶିଳ୍ପୀ ଜୟଦ୍ରଥ ମଣ୍ଡଳ ଉସ୍ତାଦ୍ଙ୍କୁ ଭାସ୍କର୍ଯ୍ୟକଳାରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଉସ୍ତାଦ୍ଙ୍କର ମାଟିରେ ଏହି ନିଖୁଣ ପ୍ରତିକୃତିଟି ତିଆରି କରିବା ପାଇଁ ଜୟଦ୍ରଥଙ୍କୁ ୫ ଘଣ୍ଟା ସମୟ ଲାଗିଥିଲା । ଏ ସମ୍ପର୍କରେ ଜୟଦ୍ରଥ କୁହନ୍ତି ଉସ୍ତାଦ୍ ଥିଲେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ବିପ୍ଳବ ଆଣିଥିବା ବାଦ୍ଶାହା । ବିଶ୍ୱ ଦରବାରରେ ଶାସ୍ତ୍ରୀୟ ସଙ୍ଗୀତରେ ତାଙ୍କର ଅବଦାନ ଅତୁଳନୀୟ ।