ତମାଖୁ ନିବାରଣ ସଚେତନତା କାର୍ଯ୍ୟକ୍ରମ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମର ଗଙ୍ଗାଧର ସାହୁ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ ତମାଖୁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ଯାଜ୍ଞସେନି ସାହୁଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ତ୍ରିଲୋଚନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ବୃନ୍ଦ ଯୋଗ ଦେଇଥିଲେ। ବର୍ତ୍ତମାନ ଯୁବ ସମାଜ ବହୁଳ ଭାବେ ତମାଖୁ ସେବନ କରିବା ଦେଖା ଦେଇଛି। ଏହାଦ୍ୱାରା ମାରାତ୍ମକ କର୍କଟ ରୋଗ ହେବାର ମୂଳ କାରଣ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ତମାଖୁ ସେବନରୁ ଦୁରେଇ ରହିବାପାଇଁ ଅଧ୍ୟାପକ ଓ ଅଧ୍ୟାପିକା ଆଦିତ୍ୟ ନାରାୟଣ ବିଷୋୟୀ , ଅନିଲ କୁମାର ଖଟୁଆ, ବିଷ୍ଣୁ ପ୍ରସାଦ ଜାନି, ଦିଲ୍ଲୀପ ପ୍ରଧାନ, ରାଜେନ୍ଦ୍ର ସାହୁ, ଜାନକୀ କୁମାରୀ ସାହୁ ଓ ନିବେଦିତା ସ୍ୱାଇଁ ପରାମର୍ଶ ଦେଇଥିଲେ। ଶେଷରେ ଅଧ୍ୟାପକ ଆଦିତ୍ୟ ନାରାୟଣ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ