ତମାଖୁ ମୁକ୍ତ ଅଭିଯାନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ତମାଖୁ ମୁକ୍ତ ଅଭିଯାନ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷିକ ଡାକ୍ତର ସ୍ୱାଧୀନ ରଥ ଯୋଗ ଦେଇ ଆସନ୍ତୁ, ଶପଥ ନେବା ଧୂମପାନ ଓ ତମାଖୁ ବର୍ଜନ କରିବା, ଦୀର୍ଘ ଏବଂ ନିରାମୟ ଜୀବନ କୁ ଆପଣେଇବା, ତମାଖୁ ବର୍ଜନ…. ଆଜିର ଯୁବ ପିଢ଼ି ପାଇଁ ଆହ୍ୱାନ ବୋଲି କହିଥିଲେ, ଏନେଇ ଅନୁଷ୍ଠାନ ର ଛାତ୍ରୀ ମାନଙ୍କ ମଧ୍ୟ ରେ କୁଇଜ ପ୍ରତିଯୋଗିତା ହୋଇଥିଲା, କୃତି ଛାତ୍ରୀ ଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରିନସିପାଲ ସସ୍ମିତା ସାମନ୍ତରାୟ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବିପିଏମ ସିମାଞ୍ଚଳ ପ୍ରଧାନ, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଓ ଅଣ ସଂକ୍ରମଣ ରୋଗ ସଚେତକ ବି. ଦେବହରି ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ