ତମ୍ବୁ ତଳେ ବିତୁଛି ଜୀବନ ,ସ୍ତ୍ରୀ ଓ ତିନି କୁନି କୁନି ପିଲାଙ୍କୁ ନେଇ ପାଲତଳେ ଜୀବନ କାଟୁଛନ୍ତି ଶରତ ନାଏକ

ଘଟଗାଁ,(ୱାଇଏନ୍ଏସ୍) :ଗୋଟିଏ ପଟେ କେନ୍ଦ୍ର ଓ ରାଜ୍ୟ ସରକାର ଅସହାୟ ଗରିବ ମାନଙ୍କ ପାଇଁ ପ୍ରଣୟନ କରୁଛନ୍ତି ମାଳ ମାଳ ଯୋଜନା । ଅନ୍ୟପଟେ ଅସହାୟ ଗରିବ ନିରାଶ୍ରୟ ଲୋକମାନେ ମଧ୍ୟ ସରକାରଙ୍କ ପକ୍ଷରୁ ପକ୍କା ଘର ପାଇ ମୁଣ୍ଡ ଗୁଞିବେ ବୋଲି ଆଶା ବାନ୍ଧୁ ଥିବା ବେଳେ ସେ ଆଶା ଆଶାରେ ରହିଯାଉଛି । ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ବାଲିଯୋଡି ଗ୍ରାମର ଶରତ ନାଏକଙ୍କ ପରିବାରରେ । ଗତ ବର୍ଷ ଲଗାଣ ବର୍ଷାରେ ଘରଟି ସମ୍ପୁର୍ଣ୍ଣ ଭୁଶୁଡି ପଡିବା ପରେ ଆଜକୁ ବର୍ଷେ ହେବ ଖୋଲା ପଡିଆରେ ତମ୍ବୁ ମାରି ଜୀବନ ଯାପନ କରୁଛନ୍ତି ଶରତ, ତାଙ୍କ ସ୍ତ୍ରୀ ଓ ତିନି କୁନି କୁନି ଛୁଆ । ଅନ୍ୟପକ୍ଷରେ ଏବାବଦରେ ଆମେ ଘଟଗାଁ ବିଡିଓଙ୍କୁ ଅବଗତ କରାଇବାରୁ ସେ ଘଟଣା ସମ୍ପର୍କରେ ଶୁଣି ଦୁଃଖ ପ୍ରକାଶ କରିବା ସହିତ ଖୁବ୍‌ଶୀଘ୍ର ତାଙ୍କୁ ଖଣ୍ଡିଏ ଘର ଯୋଗାଇ ଦିଆଯିବ ବୋଲି ପ୍ରତିସୃତି ଦେଇଛନ୍ତି । ସମ୍ପୁର୍ଣ୍ଣ ଖବର ଅନୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ବାଲିଯୋଡି ଗ୍ରାମର ଶରତ ନାଏକ । ଶରତଙ୍କ ପରିବାର କହିଲେ ସ୍ତ୍ରୀ , ଦୁଇଟି ପୁଅ ଓ ଗୋଟିଏ ଝିଅ । ଝିଅଟି ମାତ୍ର ୬ମାସର, ଗୋଟିଏ ପୁଅ ଦେଢ ବର୍ଷର ଓ ବଡପୁଅ ୫ ବର୍ଷର ହୋଇଗଲାଣୀ । ଏଭଳି ଛୋଟ ଛୋଟ ଛୁଆ ତିନୋଟିକୁ ଧରି ଶରତ ଓ ତାଙ୍କ ସ୍ତ୍ରୀ ଏ ହାଡଭଙ୍ଗା ଶିତଦିନରେ ଦୁର୍ଦିନିରେ ଜୀବନ ବିତାଉଥିବା ଦେଖିବାକୁ ମିଳୁଛି । ଗତ ବର୍ଷ ଲଗାଣ ବର୍ଷାରେ ତାଙ୍କ ଘରଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବାରୁ ବର୍ତମାନ ତାଙ୍କ ପରିବାର ବହୁ ଦୁଃଖ କଷ୍ଟରେ ଜୀବନ ଯାପନ କରୁଛନ୍ତି । ଘରଟି ସମ୍ପୁର୍ଣ୍ଣ ଭାଙ୍ଗିଯିବାରୁ ବିଗତ ବର୍ଷେ ହେବ ଗୋଟିଏ ଖୋଲା ମେଲା ପଡିଆରେ ନା କାନ୍ଥ, ନା ବାଡ କେବର ଉପରେ ତମ୍ବୁ ମାରି ରହୁଛନ୍ତି । ନା ଶୋଇବାରେ ଶାନ୍ତି, ନା ଖାଇବାରେ ଶାନ୍ତି, ନା ବସିବାରେ ଶାନ୍ତି ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଶରତଙ୍କ ପରିବାର । ଅନ୍ୟପକ୍ଷରେ ବର୍ତମାନ ଯେଉଁଭଳି ଭାବରେ ଶିତର ପ୍ରଭାବ ପଡୁଛି ବାହାରକୁ ରାତିରେ ବାହାରିବା କଷ୍ଟକର । ତଥାପି ଭାଗ୍ୟକୁ ଆଦରି ତମ୍ବୁତଳେ ଜୀବନ ବିତାଉଛନ୍ତି । ଶରତ ଜଣେ ଦିନ ମଜୁରିଆ ହୋଇଥିବାରୁ ଖଟିଲେ ଖାଆନ୍ତି ନହେଲେ ନାହଁ । କିଛି ମାସ ହେବ ଶରତଙ୍କ ଗୋଟିଏ ଗୋଡ ଭାଙ୍ଗି ଯିବାରୁ ସେ ଆଉ କାମ ଧନ୍ଦା କରିପାରୁ ନାହାନ୍ତି । କେବଳ ସରକାରଙ୍କ ୨୦କିଲୋ ଚାଉଳ ହିଁ ତାଙ୍କର ଭରସା । ତଥାପି ପରିବାରଟି ଦୁଃଖ କଷ୍ଟରେ ପେଟ ପୁଶୁଛନ୍ତି । କିନ୍ତୁ ବଡ ସମସ୍ୟା ତାଙ୍କ ପାଖରେ ରହିବା ପାଇଁ ଘର ନାହିଁ । ବାରମ୍ବାର ସରପଂଚ ଏବଂ ୱାର୍ଡମେମ୍ବରଙ୍କୁ ଜଣାଇଲେ ମଧ୍ୟ ତାଙ୍କ କଥା କେହି ଶୁଣୁନାହାନ୍ତି । ତେବେ ସରକାର ସମସ୍ତଙ୍କ କଥା ଶୁଣୁଛନ୍ତି ଓ ବୁଝୁଛନ୍ତି ଆମ କଥା ଟିକିଏ ବୁଝନ୍ତୁ ବୋଲି ଉଭୟ ସ୍ୱାମୀ ସ୍ତ୍ରୀ ଆମ ପାଖରେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏବାବଦରେ ଆମେ ଘଟଗାଁ ବିଡିଓ ନାରାୟଣ ସାହୁଙ୍କୁ ଅବଗତ କରାଇବାରୁ ସେ ଘଟଣା ସମ୍ପର୍କରେ ଶୁଣି ଦୁଃଖ ପ୍ରକାଶ କରିବା ସହିତ ଖୁବ୍‌ଶୀଘ୍ର ତାଙ୍କୁ ଖଣ୍ଡିଏ ଘର ଯୋଗାଇ ଦିଆଯିବ ବୋଲି ପ୍ରତିସୃତି ଦେଇଛନ୍ତି । ପ୍ରକୃତିର ତାଣ୍ଡବ ଲିଳାରେ ନିଜର ସବୁକିଛି ହରାଇଥିବା ଶରତଙ୍କ ପରିବାର ଏବେ ଅସହାୟ ହୋଇ ତମ୍ବୁ ତଳେ ଜୀବନ କାଟୁଛନ୍ତି । ତେଣୁ ତାଙ୍କୁ ତୁରନ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳ ବାସୀ ଦାବୀ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ