ତରଡିପାଳରେ ରୁକ୍ମିଣୀ ଦେବୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟାଞ୍ଚଳ ତରଡିପାଳ ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଭିକାରୀ ବିଶ୍ୱାଳଙ୍କ ଧର୍ମପତ୍ନୀ ପରୋପକାରୀ ତଥା ଧର୍ମପରାୟଣା ମହିଳା ରୁକ୍ମିଣୀ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତରଡିପାଳ ଠାରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ନିଗମ କଳ୍ପତରୁ ଆଶ୍ରମର ମୁଖ୍ୟ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ବେଦମନ୍ତ୍ର ପାଠ ପୂର୍ବକ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ । ପଣ୍ଡିତ ମହେଶ୍ୱର ନନ୍ଦ ଓ ପଣ୍ଡିତ ଦେବୀ କୁମାର ଶତପଥୀଙ୍କ ତତ୍ୱାବଧାନରେ ଶ୍ରୀମଦ୍ଭାଗବତ ଗୀତା ଯଜ୍ଞର ଆୟୋଜନ କରାଯାଇଥିଲା । ସାମ୍ବାଦିକ ଚିତ୍ତରଞ୍ଜନ ମଲ୍ଲିକଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, କଟକ ଜିଲ୍ଲା ପରିଷଦର ପ୍ରାକ୍ତନ ଅଧ୍ୟକ୍ଷା ଲକ୍ଷ୍ମୀବିଳାସିନୀ ବିଶ୍ୱାଳ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ମାନସ ସାମଲ, କ୍ଷୀରେଶ୍ୱର ଜେନା, ଦିଗମ୍ବର ବିଶ୍ୱାଳ, ଅଜୀତ ବିଶ୍ୱାଳ, ରାଧାମୋହନ ପଟ୍ଟନାୟକ(ଜନଭାଇ), ସବ୍ୟସାଚି ବିଶ୍ୱାଳ, ସାମ୍ବାଦିକ ନରେନ୍ଦ୍ର ଧଳ, ଅକ୍ଷୟ ମହାନ୍ତି, ରଶ୍ମୀରଞ୍ଜନ ସ୍ୱାଇଁ, ସରପଞ୍ଚ ଦେବବ୍ରତ ନାୟକ, ସମିତିସଭ୍ୟ ନିରଞ୍ଜନ ବାରିକ, ସମବାୟ ସମିତି ସଭାପତି ଧନେଶ୍ୱର ପ୍ରଧାନ, ପ୍ରାକ୍ତନ ସରପଞ୍ଚ ସଞ୍ଜୟ ମଲ୍ଲିକ, କ୍ଷମାନିଧି ସାମଲ, କ୍ରୀଡା ଶିକ୍ଷକ ସୁଶିଲ ବିଶ୍ୱାଳ, ବସନ୍ତ ବିଶ୍ୱାଳ, ପ୍ରଧାନ ଶିକ୍ଷକ ଅରୁପାନନ୍ଦ ବିଶ୍ୱାଳ, ସଚ୍ଚିଦାନନ୍ଦ ବିଶ୍ୱାଳ, ଦୁର୍ଯ୍ୟୋଧନ ବିଶ୍ୱାଳ, ଅମୀୟ ବେହୁରା ଓ ପ୍ରଭାତ ମଲ୍ଲିକ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ଶେଷରେ ଶିଳ୍ପଦ୍ୟୋଗୀ ସରୋଜ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।