ତରଣଜିତ ସିଂଙ୍କୁ ମିଳିଲା ନୂଆ ନିଯୁକ୍ତି

ନୂଆଦିଲ୍ଲୀ – ତରଣଜିତ ସିଂଙ୍କୁ ଆମେରିକାରେ ଭାରତର ନୂଆ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ମିଳିଛି ଜ୍ଝ ତରଣଜିତ ସିଂ ବର୍ତ୍ତମାନ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ହର୍ଷବର୍ଦ୍ଧନ ଶୃଙ୍ଗଳାଙ୍କ ସ୍ଥାନ ନେବେ । ସୂଚନାଥାଉକି ନିକଟରେ କେନ୍ଦ୍ରସରକାର ହର୍ଷବର୍ଦ୍ଧନ ଶୃଙ୍ଗଳାଙ୍କୁ ନୂଆ ବିଦେଶ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ତରଣଜିତ ସିଂ ଶ୍ରୀଲଙ୍କାରେ ଭାରତର ରାଷ୍ଟ୍ରଦୂତ ଅଛନ୍ତି । ତରଣଜିତ ସିଂ ଶ୍ରୀଲଙ୍କାରେ ନିଯୁକ୍ତି ପୂର୍ବରୁ ୱାସିଂଟନରେ ଭାରତୀୟ ଦୂତାବାସରେ ଉପ-ମୁଖ୍ୟ ଭାବେ କାମ କରୁଥିଲେ । ସେ ସେପ୍ଟେମ୍ବର ୨୦୧୧ ମସିହାରୁ ଜୁଲାଇ ୨୦୧୩ ମସିହା ଯାଏଁ ଫ୍ରାଙ୍କଫର୍ଟରେ ମହାବାଣିଜ୍ୟଦୂତ ଭାବେ ମଧ୍ୟ କ।ର୍ଯ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ