ସୁନାମଧନ୍ୟ ଶିକ୍ଷକ ବ୍ରଜକିଶୋରଦାଶଙ୍କ ଅକାଳ ବିୟୋଗ

ଆନନ୍ଦପୁର,(ଓ୍ବାଇଏନ୍ଏସ୍) :ଆନନ୍ଦପୁର ବ୍ଲକ ତରତରା ଗ୍ରାମର ଶିକ୍ଷକ ବ୍ରଜ କିଶୋର ଦାଶଙ୍କ( ୫୮) ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। ସେ ଏବେ ଟାଙ୍ଗର ସରକାରୀ ନୋଡ଼ାଲ ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ଗତକାଲି ସନ୍ଧ୍ୟାରେସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ରେ ତାଙ୍କର ପରଲୋକ ହୋଇଯାଇଛି ସେ ଏକା ଧାରରେ ଜଣେ ପାଲା ଗାୟକ, ଶିକ୍ଷାବିତ, ପରୋପକାରୀ ବ୍ୟକ୍ତି ଭାବେ ସମଗ୍ର ଆନନ୍ଦପୁର ଉପଖଣ୍ଡରେ ପରିଚିତ ଥିଲେ। ତାଙ୍କ ପରଲୋକ ରେ ଆନନ୍ଦପୁର ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ତରତରା ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରଲୋକ ଖବର ପାଇ ତରତରା ସରପଞ୍ଚ ଜିତେନ୍ଦ୍ର ସାମଲ, ହାଟଡ଼ିହି ବ୍ଳକ ଶିକ୍ଷକ ସଂଘ ନେତା ହରମୋହନ ପଣ୍ଡା, ବାସୁଦେବ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ପରେ ତାଙ୍କ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଗାଁ ସ୍ମସାନ ରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ଏକମାତ୍ର ପୁଅ ଚିଣ୍ଟୁ ମୁଖାଗ୍ନି ଦେଇଥିବାବେଳେ ପୁତୁରା କୁନା, ଟିକୁନୁ, ବପୁନୁ, ମୁନା, ବପୀନା, ନାଲୁ, ପପୁ, ଦିପୁନୁ, ଆନନ୍ଦ, ଲିଟୁନୁ, ଜଲି, ଡଲି, ଲିଲି, ସିଲି,ସିପି, ମୁନୁଙ୍କ ସମେତ ସମସ୍ତ ପରିବାର ଓ ଅତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ