ତରତରା ଛକ ନିକଟରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଗଳିତ ମୃତଦେହ ଠାବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର-ଭଦ୍ରକ ରାସ୍ତାର ତରତରା ଛକ ନିକଟରେ ଦୁଇ ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ କରାଯାଇଛି । ତିନି ଚାରିଦିନ ତଳୁ ସେମାନେ ମୃତୁ୍ୟବରଣ କରିଥିବା ଅନୁମାନ କରାଯାଉଛି । ମୃତୁ୍ୟର କାରଣ ଜଣାପଡି ନାହିଁ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସ ପହଞ୍ଚି ନଥିବାରୁ ଶବ ଉଦ୍ଧାର ହୋଇ ପାରିନାହିଁ । ସୁଚନାରୁ ଜଣାଯାଇଛି ଯେ ଦଧିବାନପୁର ଗ୍ରାମର କମଳାକାନ୍ତ ଜେନା ରତକଣା ଗ୍ରାମର ଜଣେ ନାଁବାଳିକାକୁ ଭଲପାଉଥିଲା । ଏପରିକି ଗତଅଗଷ୍ଟମାସରେ ସେମାନେ ନିଜ ଘରେ ବୈଦିକ ରୀତିରେ ବିବାହ କରୁଥିବାବେଳେ ପ୍ରଶାସନ ପହଞ୍ଚି ନା ବାଳିକା ବିବାହ ବୋଲି ଦର୍ଶାଇ ଏହାକୁ ରୋକିଥିଲା । ଝିଅର ୧୮ବର୍ଷ ପୁରିଗଲେ ବିବାହ କରିବ ବୋଲି ଉଭୟ ପରିବାରକୁ ପରାମର୍ଶ ଦେଇଥିଲା । କିନ୍ତୁ ଗତ ୪ଦିନ ହେଲା ଉଭୟ ଘରୁ ନିଖୋଜ ହୋଇଯାଇଥିଲେ । ଆଜି ସନ୍ଧ୍ୟାରେ ଦୁଇଟି ମୃତଦେହ ପଚିଶଢ଼ି ଯିବା ଅବସ୍ଥାରେ ଦଧିବାନପୁର ଗ୍ରାମ ନିକଟରେଝୁଲୁଥିବା ଖବର ପ୍ରଚାରିତ ହୋଇଯିବାପରେ ଶହଶହ ଲୋକଙ୍କ ଭିଡ ଜମିଥିଲା । ଏହି ମୃତ ଦୁଇଟି କମଳାକାନ୍ତ ଓ ରତକଣା ଗ୍ରାମର ଲିଲି ଯେନାଙ୍କର ବୋଲି ସନେ୍ଦହ କରୁଛନ୍ତି । ଏପରିକି ତାଙ୍କ ପରିବାର ଲୋକେ ପହଞ୍ଚି ଚିହ୍ନଟ ମଧ୍ୟ କରିଛନ୍ତି । କିନ୍ତୁ କଣପାଇଁ ସେମାନେ ମଲେ ତାହା ସେମାନେ କହିପାରୁ ନାହାନ୍ତି । ତାଙ୍କ ମୃତୁ୍ୟକୁ ନେଇ ସନେ୍ଦହ ପ୍ରକାଶ ପାଇଛି । ଖବରପାଇ ଆନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ