ତରତରା-ବଞ୍ଚୋ ରାସ୍ତାର ଭିତ୍ତପ୍ରସ୍ଥର ସ୍ଥାପନ

ହାଟଡିହି, (ବିକାଶ ବିଶ୍ୱାଳ) :ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ତରତରା-ବଞ୍ଚୋ ମଝିସାହି ରାସ୍ତାର ଭିତ୍ତପ୍ରସ୍ଥର ସ୍ଥାପନ କରାଯାଇଛି । ବିଧାୟକ ଶ୍ରୀ ସେଠୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ନିର୍ମାଣପାଇଁ ଶଳାନ୍ୟାଶ କରିଥିଲେ । ଏହିରାସ୍ତା ନିର୍ମାଣ ହେବାପରେ ବଞ୍ଚୋ, ଶିବନାରାୟଣପୁର, ମୁଗୁପୁର ଆଦି ଅଞ୍ଚଳର ଲୋକମାନେ ଯାତାୟତ କ୍ଷେତ୍ରରେ ସୁବିଧା ପାଇପାରିବେ ବୋଲି ବିଧାୟକ ମତପୋଷଣ କରିଥିଲେ । ଏଥିରେ ବିଭାଗୀୟ କନିଷ୍ଠଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ, ବଞ୍ଚୋ ପଞ୍ଚାୟତର ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ବିନୟ କୁମାର ନାୟକ, ପ୍ରଭାକର କଣ୍ଡା, ପ୍ୟାରୀମୋହନ ମଲ୍ଲିକ, ପ୍ରଦୀପ ରାଉତ, ଘନଶ୍ୟାମ ଖଣ୍ଡା, ମହେନ୍ଦ୍ର ରାଉତ, ଚତୁର୍ଭୁଜ ସ୍ୱାଇଁ, ଇଶ୍ୱର ଚନ୍ଦ୍ର ବରାଳ, ଇନ୍ଦ୍ରମଣି ବରାଳ, ବିଦ୍ୟାଧର ନାୟକଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ