ତରବରରେ ଖାଇଲେ ବଢିଥାଏ ଓଜନ

ଆପଣ ଯଦି ସେହି ଲୋକମାନଙ୍କ ମଧ୍ୟରୁ ଅନ୍ୟତମ ଯେଉଁମାନେ ଖାଇବା ସମୟରେ ଖାଦ୍ୟକୁ ଭଲ ଭାବେ ନ ଚୋବାଇ ଥାଳି ସଫା କରିବାର ଚେଷ୍ଟା କରିଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ବର୍ତ୍ତମାନର କର୍ମ ବ୍ୟସ୍ତ ଜୀବନରେ ମହିଳାମାନେ ଖାଇବାକୁ ଅଧିକ ଗୁରୁତ୍ୱ ଦେଇନଥାନ୍ତି । ତରବରିଆ କ’ଣ ଦି’ଟା ପାଟିରେ ଭର୍ତ୍ତି କରିବା ଉପରେ ଜୋର ଦେଇଥାନ୍ତି । ତେବେ ଏହି ଧାରା ଅନେକ ସମସ୍ୟାକୁ ଜନ୍ମ ଦେଇଥାଏ । ବିଶେଷ କରି ଓଜନ ବଢିବା ଏବଂ ଡାଇବେଟିସ୍‌କୁ ଆମନ୍ତ୍ରଣ କରିବାରେ ଏହା ସହାୟକ ହୋଇଥାଏ ।
ବିଶେଷଜ୍ଞମାନଙ୍କ ଯୁକ୍ତି ହେଉଛି ଯେ, ଖାଇବା ପାଇଁ ଅତିକମ୍‌ରେ ୨୦ ମିନିଟ୍‌ ସମୟ ଥିବା ଦରକାର । ଏହି ସମୟରେ ଖାଇବାକୁ ଭଲ ଭାବେ ଚୋବାଇ ଗ୍ରହଣ କରିବା ଆବଶ୍ୟକ । ବର୍ମିଂହାମ ବିଶ୍ୱବିଦ୍ୟାଳୟର ଗବେଷକମାନେ ଗବେଷଣା କରି ଜାଣିପାରିଛନ୍ତି ଯେ, ଖାଦ୍ୟ ଜିନିଷକୁ ଅଧିକ ସମୟ ଖାଇବା ଦ୍ୱାରା ଆପଣ କମ୍‌ ଖାଦ୍ୟ ଖାଇଥାନ୍ତି । ଏହା ଶରୀର ପାଇଁ ଉପଯୋଗୀ । ତେବେ ସଠିକ୍‌ ଭାବରେ ତରବର ହୋଇ ଖାଇବା ଦ୍ୱାରା ପେଟକୁ ସିନା ଖାଦ୍ୟ ଯାଇଥାଏ, ହେଲେ ଏହା ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ । ଏହାଦ୍ୱାରା ଓଜନ ବୃଦ୍ଧି ପାଇଥାଏ । ସେହିପରି ତରବର ଭାବେ ଖାଦ୍ୟ ଖାଇଲେ ମସ୍ତିଷ୍କକୁ ସଠିକ୍‌ ବାର୍ତ୍ତା ଯାଇପାରିନଥାଏ । ଯେଉଁ କାରଣରୁ ଆବଶ୍ୟକୀୟ ହରମୋନ୍‌ ବାହାରି ପାରିନଥାଏ । ଏହା ମଣିଷର ଇନସୁଲିନ୍‌କୁ ପ୍ରଭାବିତ କରିଥାଏ । ଇନସୁଲିନ୍‌ ପ୍ରଭାବିତ ହେବା କାରଣରୁ ଟାଇପ୍‌-୨ ଡାଇବେଟିସର ବିପଦ ଦେଖାଯାଇଥାଏ । ଭୋଜନକୁ ଭଲ ଭାବେ ଚୋବାଇ ଖାଇବା ଦ୍ୱାରା ଦାନ୍ତ ଫାଙ୍କରେ ଖାଇବା ରହିନଥାଏ । ଯାହାଦ୍ୱାରା ପ୍ରଶ୍ୱାସର ଦୁର୍ଗନ୍ଧ ଏବଂ କ୍ୟାଭିଟ୍‌ରୁ ମୁକ୍ତି ମିଳିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ