ତରଭା ବାଲିଘାଟରୁ ଟ୍ରାକ୍ଟର ଜବଦ

ହାଟଡ଼ିହି, (ବିକାଶ ବିଶ୍ୱାଳ): ତରଭା ବୈତରଣୀ ବାଲିଘାଟରୁ ନିୟମିତ ୫୦ରୁ ଉର୍ଦ୍ଧ ଟ୍ରାକ୍ଟର ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଆଜି ହାଟଡିହି ତହସିଲଦାର ତପନ କୁମାର ନାୟକ ଷ୍ପେସାଲ ସ୍କ୍ୱାର୍ଡ ସହିତ ଅଚାନକ ଚଢ଼ାଉ କରି ଗୋଟିଏ ବାଲି ବାଝେଇ ଟ୍ରାକ୍ଟରକୁ ଜବଦ କରିଥିବାବେଳେ ଅନ୍ୟ କିଛି ଟ୍ରାକ୍ଟର ଘଟଣାସ୍ଥଳରୁ ଛୁ ମାରିଥିଲେ । ତହସିଲଦାର ଓ ପୁଲିସ ଯାଉଥିବା ସମ୍ପର୍କରେ ପୁର୍ବରୁ ସୁଚନା ପାଇଯିବାରୁ ଅନ୍ୟ ଟ୍ରାକ୍ଟର ଗୁଡିକ ବାଲି ଅନଲୋଡ କରିଦେଇ ପଳାଇଥିବାବେଳେ ଏହି ଟ୍ରାକ୍ଟରଟି ଯାଇ ପାରି ନଥିଲା । ତହସିଲଦାର ଏହି ଟ୍ରାକ୍ଟରଟିକୁ ଜବଦ କରିବା ସହିତ ୩୦ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଏହି ବାଲିଘାଟରୁ ବେ ନିୟମ ଭାବେ ବାଲି ବୋଝେଇ ଗାଡି ଯିବା ଆସିବାଦ୍ୱାରା ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟିବା ସହ ସ୍ଥାନୀୟ ଲୋକମାନଙ୍କ ଭିତେରେ ଅସେନ୍ତାଷ ବୃଦ୍ଧି ପାଉଥିଲା । ଏପରିକି ବଞ୍ଚୋ ରାଜସ୍ୱ କାର୍ଯ୍ୟାଳୟ ସମ୍ମୁଖ ଦେଇ ୫୦ରୁ ଉର୍ଦ୍ଧ ବାଲିବୋଝେଇ ଟ୍ରାକ୍ଟର ଯାତାୟତ କରୁଥିଲେ ମଧ୍ୟ ରାଜସ୍ୱ ବିଭାଗ ଚୁପହୋଇ ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଥିଲା । ଏନେଇ ବଞ୍ଚୋ ଗ୍ରାମର କିଛି ଯୁବକ ଓ ତରଭା ଗ୍ରାମବାସୀମାନେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ । ଆଜି ଅନେକ ଟ୍ରାକ୍ଟର ବାଲି ପାଇଁ ଯାଇଥିବାବେଳେ ଚଢ଼ାଉ ସମ୍ପର୍କରେ ଖବର ପାଇଯିବାରୁ ବାଲି ଘାଟକୁ ନଯାଇ ଫେରି ଆସିଥିବା ଶୁଣିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ