ତରଭା ବାଲିଘାଟରୁ ବେଆଇନି ବାଲି ଚୋରା ଚାଲାଣ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ତହସିଲ ଅଧିନସ୍ଥ ବୈତରଣୀ ନଦୀର ତରଭା ବାଲିଘାଟରୁ ବେଆଇନି ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି । ଏଠାରେ ସରକାରୀ ଭାବେ ବାଲିଘାଟ ନିଲାମ ଦିଆଯାଇ ନଥିବାବେଳେ କିଛି ଅସାଧୁ ବାଲି ମାଫିଆ ଚୋରାରେ ନିୟମିତ ଭାବେ ଟ୍ରିପ ଟ୍ରିପ ବାଲି ବାହାରକୁ ଚୋରା ଚାଲାଣ କରୁଛନ୍ତି । ଗତ କିଛିଦିନ ତଳେ ହାଟଡିହି ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ଗୋଟିଏ ଟ୍ରାକ୍ଟରକୁ ଧରି ଜୋରିମାନା ଆଦାୟ କରିବା ସହ ବାଲି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହାପରେ ସଂପୃକ୍ତ ବାଲିମାଫିଆ ପ୍ରଶାସନ ନିର୍ଦ୍ଦେଶକୁ ବେଖାତିର କରି ବାଲି ଉଠାଣ କରୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତହସିଲ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଚୋରା ବାଲି ଚାଲାଣକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।


