ତରାଗଡିଆ ନିକଟରେ କେନାଲ ଭିତରକୁ ଖସିପଡିଲା ହାଇୱା ଟ୍ରକ, ଦୁଇ ଆହତ

ହାଟଡିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନା ଅଧିନସ୍ଥ ତରାଗଡିଆ ନିକଟରେ କେନାଲ କାମ କରୁଥିବା ଠିକା ସଂସ୍ଥାର ଏକ ସିମେଣ୍ଟ ବୋଝେଇ ହାଇୱା ଟ୍ରକ କେନାଲ ଭିତରକୁ ଖସିପଡିଥିବା ଜଣାଯାଇଛି । ଫଳରେ ହାଇୱା ଟ୍ରକର ଚାଳକ ଜଣକ ଓ ଜଣେ ରାଜମିସ୍ତ୍ରୀ ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଆଜି ସନ୍ଦ୍ୟା ୭ଟା ବେଳେ କମ୍ପାନୀର ଏକ ହାଇୱାଟ୍ରକ ନୁଆ ପୋଲ ପାରିହୋଇ ତରାଗଡିଆ ପଟକୁ ଯାଉଥିବା ସମୟରେ ବ୍ରେକ ଫେଲ ହୋଇଯିବାରୁ ପୋଲ ଉପରୁ ଦ୍ରୁତଗତିରେ ଯାଇ କେନାଲ ଭିତରକୁ ଖସିପଡିଥିଲା । ଫଳରେ ଟ୍ରକର ଚାଳକ ଓ ଜଣେ ରାଜମିସ୍ତ୍ରୀ ଗାଡି ଭିତରେ ରହିଯାଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ