ତରାଗୋ ହାଇସ୍କୁଲର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ତରାଗୋ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଶନିବାର ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଦ୍ଘାଟକ ଭାବେ ପଣ୍ଡିତ ଦୈତାରୀ ମହାପାତ୍ର, ମୁଖ୍ୟ ଅତିଥି ଭାବେ ରାଜ୍ୟ ଓଷ୍ଟା ପ୍ରାକ୍ତନ ସମ୍ପାଦକ ରଘୁନାଥ ସାହୁ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଜିଲା ଶିକ୍ଷାଧିକାରୀ ପଦ୍ମଲୋଚନ ଦାସ, ସମ୍ମାନୀତ ଅତିଥି ଭାବେ ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରଣବ କୁମାର ସାହୁ, ବ୍ଲକ ଓଷ୍ଟା ସମ୍ପାଦକ ଶଶୀ ଶେଖର କରଶର୍ମା, ସରପଞ୍ଚ ତିଳୋତ୍ତମା ବାରିକ, ସମିତି ସଭ୍ୟ ରବିନ୍ଦ୍ରନାଥ ଧଳ, ପ୍ରଫେସର କୈଳାସ ଚନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇ କୃଷ୍ଣ ଚନ୍ଦ୍ର ସାହୁ ଜଣେ ଆଦର୍ଶ, ଛାତ୍ର ବତ୍ସଳ, କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଥିଲେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ରାଉତ, ଶିକ୍ଷକ ରଙ୍କନିଧି ସାହୁ, କୋଦଣ୍ଡଧର ସେଠୀ, ପ୍ରତାପ ଚନ୍ଦ୍ର ପଣ୍ଡା, ପୂର୍ବତନ ଶିକ୍ଷକ ଧନେଶ୍ୱର ଜେନା, ଚନ୍ଦ୍ରମଣି ଦତ୍ତ, ଭଗବାନ ଶିଅଳ, ପୁରାତନ ଛାତ୍ର ଡା.ପ୍ରଶାନ୍ତ ଖଟୁଆ, ବିନାୟକ ଘୋଷ, ସନ୍ତୋଷ ରାଉତ, ପ୍ରଶାନ୍ତ ସ୍ୱାଇଁ, ଅରୁଣ ରାଉତ, ଅଜେନ୍ଦ୍ର ଦାଶ, ରୁକ୍ମଣୀ ଦାସ, ପିତାମ୍ବର ରାଉତ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପୁରାତନ ଶିକ୍ଷକ କିଶୋର ଚନ୍ଦ୍ର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ର ସଂସଦ ସଭାପତି ସତ୍ୟପ୍ରକାଶ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ର ଦେବକାନ୍ତ ଦାଶ, ଅଧ୍ୟାପକ ବିନାୟକ ଘୋଷ, ସୁବ୍ରତ ଖଟୁଆ, ରିନୁସ୍ମିତା ସ୍ୱାଇଁ, ରେଣୁପ୍ରଭା ବାରିକ, ହେମନ୍ତ ଓଝା, ଜଗନ୍ନାଥ ଘୋଷ, ସନ୍ତୋଷ ରାଉତ, ଡା.ପ୍ରଫୁଲ୍ଲ ଓଝାଙ୍କୁ ନବରତ୍ନ ସମ୍ମାନ, ଡା.ପ୍ରଶାନ୍ତ କୁମାର ଖଟୁଆଙ୍କୁ ସେବାରତ୍ନ ସମ୍ମାନ ଓ ବିଦାୟୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଗୁରୁଗୌରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସନତ ସାହୁ, ମହେଶ୍ୱର ପ୍ରଧାନ, ଗୌରାଙ୍ଗ ଖଟୁଆ, ପ୍ରଶାନ୍ତ ଖଟୁଆ, ଅଲେଖ ଖଟୁଆ, ପ୍ରଶାନ୍ତ ରାଉଳ, ଦିଲୁ ପାଢୀ, ଶମ୍ଭୁନାଥ ଦାସ, ସୌଭାଗ୍ୟ ନାୟକ, ପଦ୍ମନାଭ ଦତ୍ତ, ଶିକ୍ଷାକର୍ମଚାରୀ ବନମାଳୀ ପ୍ରଧାନ, ଧରଣୀ ରାଉତ, କାର୍ତ୍ତିକ ସ୍ୱାଇଁ ପ୍ରମୁଖ ସହାୟତା କରିଥିଲେ ।