ତଲାସିଙ୍ଗି ହାଇସ୍କୁଲ ର ବାର୍ଷିକୋତ୍ସବ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ହାଇସ୍କୁଲ ର ବାର୍ଷିକୋତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଦୀପକ ମହାରଣା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ମନୋରଞ୍ଜନ ଗୌଡ଼ ମୁଖ୍ୟଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ, ଦିଗପହଣ୍ଡି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ବାଳା ମାଝୀ,ରସାନନ୍ଦ ଘଡେ଼ଇ,ବିଶ୍ରବା ପାଇକ, କଇଠଖଣ୍ଡି ପ୍ରାଥମିକ ସେବା ସମବାୟ ସମିତି ସଭାପତି ସିମାଞ୍ଚଳ ପାଣିଗ୍ରାହୀ, ସମିତି ସଭ୍ୟ ଭାବିନ୍ଦ୍ର ଗୌଡ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ,ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ଅତିଥିବୃନ୍ଦ ପୁରସ୍କାର ବିତରଣ କରିଥିଲେ। ଦୈନଦିନ ଜୀବନରେ ଛାତ୍ରୀ ଛାତ୍ର ଙ୍କ ଭୂମିକା ସମ୍ପର୍କରେ ମୁଖ୍ୟ ଅତିଥି ଅତି ସୁନ୍ଦର ଭାବେ ବର୍ଣ୍ଣନା କରିବା ସହ ଭଲ ପାଠ ପଢି ଦେଶ ଗଠନରେ ସହାୟକ ହେବା ନିମନ୍ତେ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ। ସେ ଏହି ହାଇସ୍କୁଲ କୁ ଏକ ଆଦର୍ଶ ହାଇସ୍କୁଲ ରେ ପରିଣତ କରିବା ନିମନ୍ତେ ଛାତ୍ରୀ ଛାତ୍ର ମାନଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଉକ୍ତ ଉତ୍ସବରେ ତଲାସୀଙ୍ଗି ଗ୍ରାମର ବହୁ ସଂଖ୍ୟକ ଗ୍ରାମବାସୀ ଯୋଗ ଦେଇଥିଲେ।ଶିକ୍ଷକ ମିଟୁ ବିଷୋୟୀ ,ଜିତେନ୍ଦ୍ର ମହାରଣା, ପ୍ରଦୀପ କୁମାର ପଣ୍ଡା ,ଶିକ୍ଷୟତ୍ରୀ କିରଣ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ପରିଚାଳନା କରିଥିଲେ। ଶେଷରେ ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।