ତହସିଲଦାରଙ୍କ ଉପସ୍ଥିତିରେ ବିପୁଳ ପରିମାଣର ବିଦେଶୀ ମଦ ବୋତଲ ଜବତ ୨ଅଭିଯୁକ୍ତ ଗିରଫ

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ମଙ୍ଗଳବାର ରାତି ପ୍ରାୟ ସାଢେ ୮ ଟା ରେ ଦିଗପହଣ୍ଡି ଥାନା ଅଧୀନ ଗୋକର୍ଣ୍ଣ ପୁର ଗ୍ରାମରେ ଅତର୍କିତ ଚଢ଼ାଉ କରି ଅବକାରୀ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିପୁଳ ପରିମାଣର ବିଦେଶୀ ମଦ ବୋତଲ ଜବତ କରିଛନ୍ତି।ଗ୍ରାମର ୨ ଟି ଘରେ ବିକ୍ରୀ ପାଇଁ ମହଜୁଦ ଥିବା ବିଭିନ୍ନ କମ୍ପାନୀ ନିର୍ମିତ ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ବିଦେଶୀ ବୋତଲ ଗୁଡ଼ିକୁ ଜବତ କରାଯାଇଥିଲା।ବିନା ଲାଇସେନ୍ସରେ ଗାଁ ରେ ବେଧଡକ ବିଦେଶୀ ମଦ ବିକ୍ରୀ କରୁଥିବା ନରସିଂହ ଦାସ ଏବଂ ଶ୍ୟାମ ସୁନ୍ଦର ରେଡ୍ଡୀ ଙ୍କୁ ଅବକାରୀ କର୍ମଚାରୀ ମାନେ ଗିରଫ କରିଥିବା ଜଣାପଡିଛି।ଏହି ଚଢାଉ ଧରପଗଡ଼ ରେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ, ରାଜସ୍ବ ନିରୀକ୍ଷକ ଭଗବାନ ପାତ୍ର,ଶ୍ରୀକାନ୍ତ ଦୋରା,ବିଘ୍ନେଶ୍ୱର ଆଚାର୍ଯ୍ୟ, ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଇନ୍ସପେକ୍ଟର ରୋଷନ ଇଶୁ ହାସଦା,ଶ୍ରୀଧର ମହାନ୍ତି,ବାଳକ ବିଶି ଙ୍କ ସମେତ ଦିଗପହଣ୍ଡି ଅବକାରୀ ଏସ ଆଇ ଅଭିରାମ ସାହୁ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ