ତହସିଲଦାରଙ୍କ ଦ୍ୱାରା ବାଲିବୋଝେଇ ଗାଡି ଜବଦ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ଅଞ୍ଚଳରେ ଅନେକ ବେଆଇନ ବାଲି ବୋଝେଇ ଗାଡି ଜବଦ କରିଥିବା ଜଣାଯାିଛି । ସୁଚନାରୁ ଜଣାଯାଇଛି ଯେ ହାଟଡିହି ତହସିଲ ଅଧିନ ବିଭିନ୍ନ ରାସ୍ତାରେ ଓଭରଲୋଡିଂ ବାଲି ବୋଝେଇ ଗାଡି ଯାତାୟତ କରିବାଦ୍ୱାରା ରାସ୍ତାଘାଟ ଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇଯାଉଥିବା ନେଇ ଅଭିଯୋଗ ହେଉଥିଲା । ଆଜି ତହସିଲଦାର ଦିଲ୍ଲିପ କୁମାର ସାହୁ ରମ୍ପାସ ନିକଟରେ ଗାଡି ଚେକିଂ କରିବା ସମୟରେ ଓଡି୦୯ଏକ୍ସ ୦୯୧୫ ଓ ଓଆର୦୧କୁ୍ୟ ୭୧୨୧ ନମ୍ବର ବିଶିଷ୍ଟ ଦୁଇଟି ହାଇୱା ଗାଡି ଜବଦ କରି ଗାଡିର କାଗଜପତ୍ର ମାଗିବାରୁ ଗୋଟିଏ ଗାଡିର ଚାଳକ ତାଙ୍କ ସହିତ ଯୁକ୍ତିତର୍କ କରି ଦୌଡି ପଳାଇଥିଲା । ପରେ ତହସିଲଦାର ପୁଲିସ ଡକାଇ ଗାଡି ଦୁଇଟିକୁ ତହସିଲକୁ ନେଇଥିବା ଜଣାଯାଇଛି ।


