ତହସିଲଦାରଙ୍କ ଦ୍ୱାରା ବେଆଇନି ମୋରମ ବୋଝେଇ ଟ୍ରାକ୍ଟର ଓ ମେସିନି ଜବଦ
ହାଟଡିହିି, (ବିକାଶ ବିଶ୍ୱାଳ):ଢ଼େଙ୍କା ପଞ୍ଚାୟତ ଢ଼େଙ୍କା ଛକ ନିକଟରେ ବେଆଇନି ମୋରମ ଉତ୍ତୋଳନ କରାଯାଇ ରାସ୍ତା ନିର୍ମାଣ ଚାଲିଥିବା ସମୟରେ ହାଟଡିହି ତହସିଲଦାରଙ୍କ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ୪ଟି ମୋରମ ବୋଝେଇ ଟ୍ରାକ୍ଟର ଓ ଗୋଟିଏ ଜେସିପି ମେସିନିକୁ ଜବଦ କରାଯାଇଛି । ସୁଚନାରୁ ଜଣାଯାଇଛି ଯେ ଗତକାଲି ସନ୍ଧ୍ୟାରେ ଢ଼େଙ୍କା ଛକ ନିକଟରୁ ମୋରମ ଉତ୍ତୋଳନ କରାଯାଉଥିବା ଖବରପାଇ ହାଟଡିହି ତହସିଲଦାର ମିତାଲି ମଧୁଛନ୍ଦା ପାତ୍ର ସୋସୋ ପୁଲିସ ସହଯୋଗରେ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ୪ଟି ମୋରମ ବୋଝେଇ ଟ୍ରାକ୍ଟର ସହିତ ଗୋଟିଏ ମେସିନିକୁ ଜବଦ କରିଥିଲେ । ପରେ ଏହି ଗାଡିକୁକ ନିକଟରୁ ଲକ୍ଷେ ଟଙ୍କାର ଜୋରିମାନା ଆଦାୟ କରାଯାଇ ଗାଡି ଗୁଡିକୁ ଛଡାଯାଇଥିବା ସୁଚନା ମିଳିଛି ।